ଗିରଫ ହେଲେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ
ବାରିପଦା: କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ ଗିରଫ ହୋଇଛନ୍ତି । ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ।
NHAI ପକ୍ଷରୁ ଜମି ଅଧିଗ୍ରହଣ ଚେକ୍ ଦେବାକୁ ଲାଞ୍ଚ ନେଇଥିବା ନେଇ ଅଭିଯୋଗ ହୋଇଛି । ୧୦ ଲକ୍ଷ ଏବଂ ୨ ଲକ୍ଷର ଦୁଇଟି ବ୍ଲାକ୍ ଚେକରେ ଲାଞ୍ଚ ନେଇଥିବା ନେଇ ସୂଚନା ରହିଛି । ଗିରଫ ତହସିଲଦାରଙ୍କୁ ଆଜି କୋର୍ଟ ଚାଲାଣ କରିବ ଭିଡିଲାନ୍ସ ।
ସୂଚନାଥାଉ ଯେ, ଗତକାଲି ତହସିଲଦାରଙ୍କ ଭଦ୍ରକ ସ୍ଥିତ ଘର, ଅଫିସ୍, ସରକାରୀ ବାସଗୃହ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା । ଜାଞ୍ଚ ସମୟରେ ଯଥେଷ୍ଟ ପ୍ରମାଣ ପାଇବା ପରେ ତାଙ୍କୁ ଭଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ସଂପୃକ୍ତ ଥିବା ଠିକାଦାର ଅଥର ଅଲି ବର୍ତ୍ତମାନ ଫେରାର ଅଛନ୍ତି ।

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଜମି ଅଧିଗ୍ରହଣ ବାବଦରେ ଚେକ୍ ପ୍ରଦାନ କରିବାକୁ ତହସିଲଦାର ଚାର୍ଲସ ନାୟକ ଜଣେ ବ୍ୟକ୍ତିଙ୍କୁ ୧୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ନେଇ ଅଭିଯୋଗ ହୋଇଛି । ତହସିଲଦାରଙ୍କୁ ଦୁଇଟି ଚେକ୍ ଦେବା ପରେ ଟଙ୍କା ଦେଇଥିବା ବ୍ୟକ୍ତି ଘଟଣା ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ । ଯାହା ପରେ ତହସିଲଦାରଙ୍କ ଘର, ଅଫିସ ସମେତ ୪ଟି ସ୍ଥାନରେ ଚଢାଉ କରାଯାଇଥିଲା । ଶେଷରେ ଯଥେଷ୍ଟ ପ୍ରମାଣ ପାଇବା ପରେ ତାଙ୍କୁ ଭଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି ।












Click it and Unblock the Notifications