କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣା: ଏମର୍ଜେନ୍ସି ନଂ ଜାରି
ବାଲେଶ୍ୱର: ପାଖାପାଖି ୭ଟା ବେଳେ କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପ୍ରାୟ ୫୦ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏନେଇ ଦକ୍ଷିଣ -ପୂର୍ବ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ସୋର, ଖନ୍ତାପଡ଼ା, ଗୋପାଳପୁର, ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରେ ୩ଟି ଏନଡିଆରଏଫ୍ ଟିମ୍, ୪ ଜଣ ଓଡ୍ରାଫ୍ ଟିମ୍ ନ ନିୟୋଜିତ ଅଛନ୍ତି ସେହିପରି ୧୫ରୁ ଅଧିକ ଅଗ୍ନିଶମବାହିନୀ ନିୟୋଜିତ ଅଛନ୍ତି । ସୂଚନା ଅନୁସାରେ, ଆଜି ପ୍ରାୟ ସଂଧ୍ୟା ୭ଟାରେ ବାଲେଶ୍ୱର ବାହାନଗା ନିକଟରେ କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନଂ-୬୭୮୨୨୬୨୨୮୬ ହାୱଡା ହେଲ୍ପଲାଇନ ନଂ-୦୩୩୨୬୩୮୨୨୧୭ ଖଡ଼ଗପୁର ହେଲ୍ପଲାଇନ ନଂ-୮୯୭୨୦୭୩୯୨୫, ୯୩୩୨୩୯୨୩୩୯ ବାଲେଶ୍ବର ହେଲ୍ପଲାଇନ ନଂ-୮୨୪୯୫୯୧୫୫୯, ୭୯୭୮୪୧୮୩୨୨ ସାଲିମାର ହେଲ୍ପଲାଇନ ନଂ-୯୯ ୦୩୩୭୦୭୪୬












Click it and Unblock the Notifications