କାଉଡି ଯାତ୍ରା ହେଲା ଶେଷ ଯାତ୍ରା, ବୈତରଣୀରେ ବୁଡି କାଉଡିଆ ମୃତ
ବୈତରଣୀ ବଲ୍ଲଭିଘାଟରେ ଅଘଟଣ। ପାଣି ଉଠାଇବା ବେଳେ ନଦୀରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ । ଆରଡ଼ିସ୍ଥିତ ଆଖଣ୍ଡଳମଣି ବାବାଙ୍କ ନିକଟକୁ ପାଣି ନେବା ପାଇଁ ଆସି ନଦୀରେ ବୁଡିଗଲେ କାଉଡିଆ । ମୃତ କାଉଡ଼ିଆ ହେଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାନ୍ତ ସାମଲ ।

ପ୍ରଶାନ୍ତ ବୁଡ଼ିବା ଦେଖି ଆଉ ଜଣେ କାଉଡ଼ିଆ ମନ୍ମଥ ସାମଲ ଉଦ୍ଧାର କରିବାକୁ ଯାଇ ବୁଡ଼ି ଯାଇଥିଲେ। ମନ୍ମଥଙ୍କୁ ଉଦ୍ଧାରେ କରାଯାଇଥିବାବେଳେ ପ୍ରଶାନ୍ତ କିନ୍ତୁ ପାଣିରେ ବୁଡିଯାଇ ପ୍ରାଣ ହରାଇଥିଲେ । ଯାଜପୁର ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।
ଆସନ୍ତାକାଲି ଶ୍ରାବଣ ମାସ ଦ୍ୱିତୀୟ ସୋମବାରରେ ଆରଡ଼ିରେ ଜଳଲାଗି କରିବା ପାଇଁ ପାଣି ଉଠାଇବାକୁ ସେ ବୈତରଣୀ ନଦୀର ବଲ୍ଲଭୀ ଘାଟକୁ ଆସିଥିଲେ। ଏଠାରୁ ସେ ଜଳ ଧରି ଆରଡ଼ି ଅଭିମୁଖେ ଯାତ୍ରା କରିଥା'ନ୍ତେ। ତାଙ୍କ ସହିତ ତାଙ୍କର ଜଣେ ସମ୍ପର୍କୀୟ ଭାଇ ସହିତ ଆହୁରି ତିନି/ଚାରି ଜଣ କାଉଡ଼ିଆ ଥିଲେ।
ପ୍ରଶାନ୍ତ ବଲ୍ଲଭୀ ଘାଟରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ତାଙ୍କର ଜଣେ ସଂପର୍କୀୟ ଭାଇ ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ। ହେଲେ ବିଫଳ ହୋଇଥିଲେ। ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।












Click it and Unblock the Notifications