Get Updates
Get notified of breaking news, exclusive insights, and must-see stories!

Kanwar Yatra 2024: ଶ୍ରାବଣ ମାସର ଆଜି ଦ୍ୱିତୀୟ ସୋମବାର; ଭକ୍ତିରେ ଭିଜୁଛି ଶୈବପୀଠ

ଶ୍ରାବଣ ମାସର ଆଜି ଦ୍ୱିତୀୟ ସୋମବାର । ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ପ୍ରମୁଖ ଶୈବପୀଠ । ସକାଳୁ ସକାଳୁ ବିଭିନ୍ନ ଶିବମନ୍ଦିରରେ କାଉଡ଼ିଆଙ୍କ ଲମ୍ବା ଧାଡ଼ି । ସୋମବାର ଶ୍ରାବଣରେ ଉପବାସର ଏକ ବିଶେଷ ନିୟମ ରହିଛି। ଆଜି ଶ୍ରାବଣର ପ୍ରଥମ ସୋମବାର। ବିଶ୍ୱାସ କରାଯାଏ ଯେ, ଶ୍ରାବଣ ସୋମବାର ଉପବାସ ସମୟରେ ପ୍ରଭୁ ଭୋଲେନାଥ ଏବଂ ମାତା ପାର୍ବତୀଙ୍କୁ ପୂର୍ଣ୍ଣ ଭକ୍ତିର ସହିତ ପୂଜା କଲେ ମନସ୍କାମନା ପୂରଣ ହୁଏ। ବିବାହରେ ଆସୁଥିବା ବାଧାବିଘ୍ନ, ଶିଶୁ ସୁଖ, ଅର୍ଥ ଲାଭ, ରୋଗରୁ ମୁକ୍ତି ପାଇବା ପାଇଁ ଶ୍ରାବଣ ସୋମବାରର ଉପବାସ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ।

ଭୁବନେଶ୍ୱରର ଆରାଧ୍ୟ ଲିଙ୍ଗରାଜ, ପୁରୀର ମହାପ୍ରଭୁ ଲୋକନାଥ, ଢେଙ୍କାନାଳର କପିଳାସ, କଟକର ଧବଳେଶ୍ବର ପୀଠ ଭଦ୍ରକ ଆରଡ଼ିର ଆଖଣ୍ଡଳମଣୀ ଓ ନୟାଗଡ଼ର ଲଡ଼ୁବାବାଙ୍କ ପୀଠ ଭଳି ପ୍ରମୁଖ ଶୈବପୀଠରେ ବଡ଼ି ଭୋରରୁ କାଉଡ଼ିଆମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଧାଡ଼ିବାନ୍ଧି ଲାଇନରେ ଯାଇ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ଆଶିଷ ଭିକ୍ଷା କରୁଛନ୍ତି ଭକ୍ତ। ରାଜଧାନୀ ଅନେକ ଶ୍ରଦ୍ଧାଳୁ ମାଇଲ ମାଇଲ ବାଟ ଚାଲି ପାଣି ଭାର ଉଠାଇ ଶିବଙ୍କୁ ଜଳ ଲାଗି କରିଛନ୍ତି ।

Kanwar Yatra 2024

ଶ୍ରାବଣ ମାସରେ ଦେବ ଦେବ ମହାଦେବଙ୍କୁ ଜଳ ଲାଗି ଗଲେ କୋଟି ମାନସିକ ପୂରଣ ହୁଏ ବୋଲି ପୌରାଣିକ ବିଶ୍ୱାସ ରହିଛି । ସେଇଥି ପାଇଁ ମାସକ ପୂର୍ବରୁ ଜଳ ଲାଗି କରିବାକୁ ଯାଉଥିବା କାଉଡ଼ିଆ ରୀତିନୀତି ପାଳନ କରିଥାନ୍ତି । ଶ୍ରାବଣ ମାସ ସାରା ପ୍ରତିଟି ସୋମବାର ବିଭିନ୍ନ ନଦୀରୁ ଜଳ ସଂଗ୍ରହ କରି ଖାଲିପାଦରେ ବାହୁଙ୍ଗା ବୋହି ପାଦରେ ଚାଲି ଚାଲି ନିଷ୍ଠାର ସହ ଶୈବପୀଠକୁ ଆଣି ଭୋଲେବାବାଙ୍କୁ ଜଳ ଲାଗି କରିଥାନ୍ତି । ବିଭିନ୍ନ ନଦୀ ଘାଟ ଓ ତୀର୍ଥସ୍ଥଳୀ ଗୁଡିକରେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି। ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ଶୈବପୀଠ ଗୁଡ଼ିକରେ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ବିଶ୍ୱାସ କରାଯାଏ ଯେ ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରୁଥିବା ଭକ୍ତଙ୍କର ସମସ୍ତ ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୁଏ। ଶ୍ରାବଣ ମାସରେ ବେଲପତ୍ର, ଭାଙ୍ଗ ସହିତ ପୂଜା କରିବା ଏବଂ ଜଳ ଅର୍ପଣ କରିବା ଅତ୍ୟନ୍ତ ଫଳପ୍ରଦ ଏବଂ ଶୁଭ ଅଟେ । ସୋମବାର ଉପବାସ କରିବା ଏବଂ ଗଙ୍ଗାରେ ଗାଧୋଇବା ଗୁରୁତ୍ୱପୂର୍ଣ୍ଣ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+