ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକକୁ ବିରୋଧ କରି , ଆଜି କଣ୍ଟାବାଞ୍ଜି ୧୨ ଘଣ୍ଟା ବନ୍ଦ
ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି। ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ଘଟଣାର ପ୍ରତିବାଦରେ କରାଯାଉଛି ।ନଗର କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ।

ରବିବାର ରାତିରେ କେହି ଜଣେ ଦୁର୍ବୃତ୍ତ କଣ୍ଟାବାଞ୍ଜି ସହରର ଦୁଇଟି ସ୍ଥାନରେ ବ୍ୟାନର ମାରି ଫେରାର ମାରିଥିଲା। ବ୍ୟାନରରେ ପନ୍ଦର ଦିନ ଭିତରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ହତ୍ୟା କରାଯିବ ବୋଲି ଲେଖା ଯିବା ସହିତ, ଜଣେ ଯୁବକର ଫଟୋ ମଧ୍ୟ ଲଗାଯାଇଥିଲା। କଣ୍ଟାବାଞ୍ଜି ପୁଲିସ ବ୍ୟାନର ଉଦ୍ଧାର କରି ତଦନ୍ତ ଜାରି ରଖିଛି। ଏହି ଘଟଣାରେ ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ।
ଅନ୍ୟପକ୍ଷରେ ସନ୍ତୋଷ ସିଂହ ସାଲୁଜାଙ୍କୁ ହତ୍ୟା ଧମକ ପରେ ବିଧାୟକଙ୍କ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଏ ନେଇ କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।












Click it and Unblock the Notifications