କେନ୍ଦ୍ରାପଡ଼ାରେ କଙ୍ଗାରୁ କୋର୍ଟ, ଗ୍ରାମବାସୀଙ୍କ ବିରୋଧରେ ଗଲେ ବୋଲି ମିଳିଲା ଏମିତି ଦଣ୍ଡ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗାଁରୁ ମଧ୍ୟ ଦେଖିବାକୁ ମିଳିଛି ଏମିତି ଏକ କଙ୍ଗାରୁ କୋର୍ଟ । ଆଉ ଯାହାର ନିଷ୍ପତି ଶୁଣିଲେ ଆପଣ ବି ହୋଇଯିଏ ଆଶ୍ଚର୍ଯ୍ୟ ।
କେନ୍ଦ୍ରାପଡା: ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଦେଖିବାକୁ ମିଳୁଥିଲା କଙ୍ଗାରୁ କୋର୍ଟ । ଗାଁର କିଛି ମୁଖିଆ ଲୋକଙ୍କୁ ନେଇ ବସୁଥିବା ଏକ ସଭା ଅଭିଯୁକ୍ତଙ୍କୁ ଦେଉଥିଲା ଅବଜ ଶାସ୍ତି । ମାତ୍ର ଏବେ ଏହି ରାଜ୍ୟ ଉପକୂଳ ଜିଲ୍ଲାମାନଙ୍କରେ ମଧ୍ୟ ଦେଖିବାକୁ ମିଳିଲାଣି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗାଁରୁ ମଧ୍ୟ ଦେଖିବାକୁ ମିଳିଛି ଏମିତି ଏକ କଙ୍ଗାରୁ କୋର୍ଟ । ଆଉ ଯାହାର ନିଷ୍ପତି ଶୁଣିଲେ ଆପଣ ବି ହୋଇଯିଏ ଆଶ୍ଚର୍ଯ୍ୟ ।
ଗ୍ରାମବାସୀଙ୍କ ବିରୋଧରେ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ରାୟ ଶୁଣାଇଛି ଏହି କୋର୍ଟ । ଉକ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାର ଲୋକଙ୍କ ସହ କୌଣସି ବି ଗ୍ରାମବାସୀ କଥା ହେଲେ ତାଙ୍କୁ ଦେବାକୁ ପଡିବ 150ଟଙ୍କା ଜରିମାନା । ଏଥିସହ ଉକ୍ତ ପରିବାରକୁ ଗାଁରୁ ନିଆଁ ପାଣି ବାସନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ଏହି କଙ୍ଗାରୁ କୋର୍ଟ ।

ଘଟଣା କଣ:
ଶିଳପୋଖରୀ ଗାଁର ଖଗେଶ୍ୱର ଦାସଙ୍କ ଘର ସମ୍ମୁଖରେ ଏକ କମ୍ୟୁନିଟି ସେଣ୍ଟର ଘର ତିଆରି କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏହାଦ୍ୱାରା ଘରୁ ବାହାରିବାରେ ଅସୁବିଧା ହେବା ଦର୍ଶାଇ ପ୍ରଥମେ ଖଗେଶ୍ୱରଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ତେବେ ଗାଁ ଲୋକେ ଏହାକୁ ଖାତିର ନ କରିବାରୁ ଖଗେଶ୍ୱର ଆଇନର ଆଶ୍ରୟ ନେଇଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ବିବାଦ । ଆଉ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଆଉ କାହିଁକି ଖଗେଶ୍ୱର ଗାଁ ବିପକ୍ଷରେ ଗଲେ ବୋଲି କାରଣ ଦେଖାଇ ଖଗେଶ୍ୱରଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଗାଁର ବୈଠକ ରେ ଖଗେଶ୍ୱରଙ୍କ ସପକ୍ଷରେ କିଛି ପରିବାର ସ୍ୱର ଉଠାଇଥିଲେ । ତେବେ ସବୁଠାରୁ ବଡକଥା ହେଲା ଯେଉଁମାନେ ସ୍ୱର ଉଠାଇଥିଲେ ସେମାନଙ୍କ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ସମୁଦାୟ ୮ଟି ପରିବାରକୁ ବାସନ୍ଦ କରିଥିବା କୁହାଯାଉଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications