For Quick Alerts
Turn On Notification  
For Daily Alerts
Oneindia App Download

କେନ୍ଦ୍ରାପଡ଼ାରେ କଙ୍ଗାରୁ କୋର୍ଟ, ଗ୍ରାମବାସୀଙ୍କ ବିରୋଧରେ ଗଲେ ବୋଲି ମିଳିଲା ଏମିତି ଦଣ୍ଡ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗାଁରୁ ମଧ୍ୟ ଦେଖିବାକୁ ମିଳିଛି ଏମିତି ଏକ କଙ୍ଗାରୁ କୋର୍ଟ । ଆଉ ଯାହାର ନିଷ୍ପତି ଶୁଣିଲେ ଆପଣ ବି ହୋଇଯିଏ ଆଶ୍ଚର୍ଯ୍ୟ ।

|

କେନ୍ଦ୍ରାପଡା: ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଦେଖିବାକୁ ମିଳୁଥିଲା କଙ୍ଗାରୁ କୋର୍ଟ । ଗାଁର କିଛି ମୁଖିଆ ଲୋକଙ୍କୁ ନେଇ ବସୁଥିବା ଏକ ସଭା ଅଭିଯୁକ୍ତଙ୍କୁ ଦେଉଥିଲା ଅବଜ ଶାସ୍ତି । ମାତ୍ର ଏବେ ଏହି ରାଜ୍ୟ ଉପକୂଳ ଜିଲ୍ଲାମାନଙ୍କରେ ମଧ୍ୟ ଦେଖିବାକୁ ମିଳିଲାଣି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗାଁରୁ ମଧ୍ୟ ଦେଖିବାକୁ ମିଳିଛି ଏମିତି ଏକ କଙ୍ଗାରୁ କୋର୍ଟ । ଆଉ ଯାହାର ନିଷ୍ପତି ଶୁଣିଲେ ଆପଣ ବି ହୋଇଯିଏ ଆଶ୍ଚର୍ଯ୍ୟ ।

ଗ୍ରାମବାସୀଙ୍କ ବିରୋଧରେ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ରାୟ ଶୁଣାଇଛି ଏହି କୋର୍ଟ । ଉକ୍ତ ବ୍ୟକ୍ତି କିମ୍ବା ତାଙ୍କ ପରିବାର ଲୋକଙ୍କ ସହ କୌଣସି ବି ଗ୍ରାମବାସୀ କଥା ହେଲେ ତାଙ୍କୁ ଦେବାକୁ ପଡିବ 150ଟଙ୍କା ଜରିମାନା । ଏଥିସହ ଉକ୍ତ ପରିବାରକୁ ଗାଁରୁ ନିଆଁ ପାଣି ବାସନ୍ଦ ପାଇଁ ନିର୍ଦ୍ଦେଶ ଦେଇଛି ଏହି କଙ୍ଗାରୁ କୋର୍ଟ ।

Kangaroo Court

ଘଟଣା କଣ:

ଶିଳପୋଖରୀ ଗାଁର ଖଗେଶ୍ୱର ଦାସଙ୍କ ଘର ସମ୍ମୁଖରେ ଏକ କମ୍ୟୁନିଟି ସେଣ୍ଟର ଘର ତିଆରି କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏହାଦ୍ୱାରା ଘରୁ ବାହାରିବାରେ ଅସୁବିଧା ହେବା ଦର୍ଶାଇ ପ୍ରଥମେ ଖଗେଶ୍ୱରଙ୍କ ପରିବାର ଏହାକୁ ବିରୋଧ କରିଥିଲେ। ତେବେ ଗାଁ ଲୋକେ ଏହାକୁ ଖାତିର ନ କରିବାରୁ ଖଗେଶ୍ୱର ଆଇନର ଆଶ୍ରୟ ନେଇଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ବିବାଦ । ଆଉ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଆଉ କାହିଁକି ଖଗେଶ୍ୱର ଗାଁ ବିପକ୍ଷରେ ଗଲେ ବୋଲି କାରଣ ଦେଖାଇ ଖଗେଶ୍ୱରଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ଗାଁର ବୈଠକ ରେ ଖଗେଶ୍ୱରଙ୍କ ସପକ୍ଷରେ କିଛି ପରିବାର ସ୍ୱର ଉଠାଇଥିଲେ । ତେବେ ସବୁଠାରୁ ବଡକଥା ହେଲା ଯେଉଁମାନେ ସ୍ୱର ଉଠାଇଥିଲେ ସେମାନଙ୍କ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ସମୁଦାୟ ୮ଟି ପରିବାରକୁ ବାସନ୍ଦ କରିଥିବା କୁହାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Kangaroo Court in Kendrapara impose restriction for Family With RS 150 fine to Talk with Villagers
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X