Get Updates
Get notified of breaking news, exclusive insights, and must-see stories!

ରାଜଧାନୀରେ କଙ୍ଗାରୁ କୋର୍ଟ, କମେଣ୍ଟମାରିଲେ ପିଲା, ଆଣ୍ଠେଇଲେ ବାପା, ବିଷ ପିଇଲେ ନାବାଳକ

ରାଜଧାନୀରେ କଙ୍ଗାରୁ କୋର୍ଟ, କମେଣ୍ଟମାରିଲେ ପିଲା, ଆଣ୍ଠେଇଲେ ବାପା, ବିଷ ପିଇଲେ ନାବାଳକ

ଭୁବନେଶ୍ୱର: ରାଜଧାନୀରେ ବସିଲା କଙ୍ଗାରୁ କୋର୍ଟ, ସେ ପୁଣି ପୋଲିସ ଉପସ୍ଥିତିରେ । କମେଣ୍ଟମରାକୁ ନେଇ ଭୁବନେଶ୍ୱର ବରମୁଣ୍ତାରେ ତୁମୁଳକାଣ୍ତ । କମେଣ୍ଟମରା ପାଇଁ ଦୁଇ ପିଲାଙ୍କ ସହ ରାସ୍ତାର ତାଙ୍କ ବାପାଙ୍କୁ ଆଣ୍ଠେଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ODISHA.

ସୂଚନା ଅନୁସାରେ, ଏଭଳି ଘଟଣା ବରୁମୁଣ୍ତା ପାଲାମଣ୍ତପଠାରେ ଘଟିଛି । ସ୍କୁଲରେ କମେଣ୍ଟମରାକୁ ନେଇ ଗାଁ ମଝିରେ ଦୁଇ ଜଣ ନାବାଳକଙ୍କୁ ଗ୍ରାମବାସୀ ଆଣ୍ଠେଇଥିଲେ । ଏପରିକି ଗାଁରୁ ନିଆଁ ପାଣି ବାସନ୍ଦ କରିବା ପାଇଁ ମଧ୍ୟ ଖୋଲାଖୋଲି ଚେତାବନୀ ଦେଇଥିଲେ ଗାଁ ଲୋକେ । କମେଣ୍ଟ ମରାକୁ ନେଇ ଦୁଇ ପିଲାଙ୍କ ସହ ବାପାଙ୍କୁ ମଧ୍ୟ ରାସ୍ତାରେ ଆଣ୍ଠେଇବା ପାଇଁ ପଡିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଭିଡିଓ । ତେବେ ପରବର୍ତ୍ତୀ ସମୟରେ ଏହି ଘଟଣା ଏକ ଭିନ୍ନ ମୋଡ ନେଇଥିଲା । ଲୋକଲଜ୍ୱା ଭୟରେ ଜଣେ ନାବାଳକ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଛି । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି । ଏହି ଘଟଣାରେ ବର୍ତ୍ତମାନ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+