ପୁଣି ବସିଲା କଙ୍ଗାରୁ କୋର୍ଟ: ସ୍ୱାମୀ-ସ୍ତ୍ରୀଙ୍କୁ ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
କିଛି ଦିନ ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଛି କଙ୍ଗାରୁ କୋର୍ଟ ଘଟଣା । ସ୍ଥାନୀୟ ଜଳେଶ୍ୱର ବାଲିଆପାଳରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ । ଜଣଙ୍କ ବାଡ଼ିରେ ଛେଳି ତାଙ୍କର ପଶିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଗାଁ ଲୋକେ।
ବାଲେଶ୍ବର: କିଛି ଦିନ ବ୍ୟବଧାନ ପରେ ପୁଣି ସାମ୍ନାକୁ ଆସିଛି କଙ୍ଗାରୁ କୋର୍ଟ ଘଟଣା । ସ୍ଥାନୀୟ ଜଳେଶ୍ୱର ବାଲିଆପାଳରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ । ଜଣଙ୍କ ବାଡ଼ିରେ ଛେଳି ତାଙ୍କର ପଶିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ନିର୍ଧୁମ ପିଟିଲେ ଗାଁ ଲୋକେ।

ସୂଚନା ଅନୁସାରେ ବାଲିଆପାଳ ଥାନା ରେମୁ ଗାଁର ଜଣେ ବ୍ୟକ୍ତି ଛେଳି ଚରେଇବା ପାଇଁ ଯାଇଥିଲେ। ଗ୍ରାମର କାର୍ତ୍ତିକ ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ବାଡ଼ିକୁ ଛେଳିଟି ପଶି ଯାଇଥିଲା । ଯାହାକୁ ନେଇ ବ୍ୟକ୍ତି ଜଣଙ୍କ ରାଗିଯାଇଥିଲେ । ପରେ ଉଭୟଙ୍କ ମଧ୍ୟରେ ଏ ନେଇ ବଚସା ହୋଇଥିଲା। ଫଳରେ ଉତ୍ୟକ୍ତ ବ୍ୟକ୍ତି ତାଙ୍କୁ ଅଟକ ରଖି ମାରପିଟ କରିଥିଲେ। ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏନେଇ ବାଲିଆପାଳ ଥାନାରେ ଏକ ମାମଲା ରୁଜୁ ହୋଇଛି।












Click it and Unblock the Notifications