ବିଜେପିରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତ, ସ୍ୱାଧୀନ ଭାବରେ ଲଢ଼ିବାକୁ ଦେଲେ ଚେତାବନୀ

ବିଜେପିରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତ । ଶହା ଶହ ସମର୍ଥକଙ୍କ ସହ ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ସ୍ୱାଧୀନ ଭାବେ ଖୋର୍ଦ୍ଧା ବିଧାନସଭା ଆସନରୁ ଲଢିବେ ବୋଲି ଘୋଷଣା କରିଛନ୍ତି । କାଳୁ ଖଣ୍ଡାୟତ ଟିକେଟ ଆଶାୟୀ ଥିବା ବେଳେ ଦଳ ତାଙ୍କ ସ୍ଥାନରେ ବିଜେଡିରୁ ଆସି ବିଜେପିରେ ମିଶିଥିବା ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ ଦେବା ପରେ ଦଳୀୟ କନ୍ଦଳ ଜୋର ଧରିଥିଲା । ଏବେ କାଳୁ ଖଣ୍ଡାୟତ ଇସ୍ତଫା ଦେବା ପରେ ଖୋର୍ଦ୍ଧାରେ ବିଜେପିର ଶକ୍ତି ହ୍ରାସ ପାଇଛି ।

Kalu Khadayat

ସୂଚନା ଯୋଗ୍ୟ ଯେ, ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ କାଳୁଚରଣ । କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ସୁନିଶ୍ଚିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ । କିନ୍ତୁ ଖୋର୍ଦ୍ଧାରୁ ପ୍ରାର୍ଥୀ ଘୋଷଣା ପରେ କାଳୁଙ୍କ ଅଙ୍କ ଭୁଲ ପ୍ରମାଣିତ ହୋଇଥିଲା । ଏହାପରେ କ୍ରମାଗତ ଗଣମାଧ୍ୟମରେ ଆସି ସାଂସଦ ଅପରାଜିତା ଷଡଙ୍ଗୀ ତାଙ୍କୁ ଠକିଥିବା ଅଭିଯୋଗ କରିଥିଲେ ।

ଗତ ଥର ଖୋର୍ଦ୍ଧା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବହୁ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କାଳୁ ଖଣ୍ଡାୟତ । ଆଜି ବହୁ ବାଦ ବିବାଦ ପରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+