ଗାଡ଼ି ଧକ୍କାରେ ଆଖି ବୁଜିଲା କଲରାପତରିଆ ବାଘ
ଅଜଣା ଗାଡ଼ି ଧକ୍କାରେ ଆହତ କଲରାପତରିଆ ବାଘର ମୃତ୍ୟୁ। ରବିବାର ସକାଳେ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଉଦନ୍ତୀ ସୀତାନଦୀ ଅଭୟାରଣ୍ୟର ଉରୁତୁଲି ଘାଟ ନିକଟରେ ଅଜଣା ଗାଡ଼ି ଧକ୍କାରେ ଆହତ ହୋଇଥିଲା ଏକ କଲରାପତରିଆ ବାଘ। ତାକୁ ରାୟପୁର ଜଙ୍ଗଲ ସଫାରୀରେ ଚିକିତ୍ସା ପାଇଁ ନିଆଯାଇଥିଲେବି, ଚିକିତ୍ସାଧୀନ ଅବସ୍ଥାରେ ବାଘଟିର ମୃତ୍ୟୁବରଣ କରିଛି।

ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ୫ଟାବେଳେ କଲରାପତରିଆ ବାଘ ଗୁରୁତର ଆହତ ହୋଇଥିବା ଖବର ପାଇଥିଲା ବନ ବିଭାଗ। ଏହା ପରେ ବିଭାଗର ଏକ ଦଳ ବାଘଟିକୁ ଉଦ୍ଧାର କରି ଗରିଆବନ୍ଧ ଠାରେ ପ୍ରାଥମିକ ଚିକିତ୍ସା କରିଥିଲେ। ହେଲେ ବାଘଟିର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଚାଲିଥିବାରୁ ବନ ବିଭାଗ ଉନ୍ନତ ଚିକିତ୍ସା ପାଇଁ ଏହାକୁ ରାୟପୁର ଜଙ୍ଗଲ ସଫାରୀକୁ ପଠାଇ ଦେଇଥିଲେ । ସେଠାରେ ସ୍ବତନ୍ତ୍ର ଟିମ୍ ତାଙ୍କର ଚିକିତ୍ସା କରିଥିଲେବି, ମୁଣ୍ଡରେ ଗଭୀର ଆଘାତ ଲାଗି ଥିବା ଯୋଗୁ କଲରାପତରିଆ ବାଘ ମୃତ୍ୟୁ ହୋଇଥିବା କୁହାଯାଇଛି।












Click it and Unblock the Notifications