କାଲିଠୁ ବିଧାନସଭା ବଜେଟ୍ ଅଧିବେଶନ, ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେଶନ । ୨୦ ତାରିଖରେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଆଗତ କରିବେ । ତେବେ ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସୋମବାର ୧୧ଟା ବେଳେ ବିଧାନସଭାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବାଚସ୍ପତି ଏହି ବୈଠକରେ ଅଧିବେଶନର ସୁପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡ଼ିବେ । ତେବେ ସମ୍ପୂର୍ଣ୍ଣ ଅଧିବେଶନ ସମୟରେ କି କି ନିୟମ ମଧ୍ୟରେ ଗୃହ ପରିଚାଳନା କରାଯିବ, ତାହା ସର୍ବଦଳୀୟ ବୈଠକରେ ଚୂଡାନ୍ତ କରାଯିବ ।

Assembly budget session

ସେହିପରି ବିଜେପିର ବିଧାୟକ ଦଳ ବୈଠକ ସନ୍ଧ୍ୟା ୬ଟାରେ ବିଧାନସଭା ପରିସରରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିରୋଧୀ ଦଳର ବିଭିନ୍ନ ପ୍ରସଙ୍ଗକୁ କିଭଳି ମୁକାବିଲା କରାଯିବ, ସେ ନେଇ ଶାସକ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହେବ । ଶାସକ ଦଳର ବିଭିନ୍ନ ସଦସ୍ୟଙ୍କଠାରୁ ଏ ନେଇ ମତ ଲୋଡ଼ିବେ ମୁଖ୍ୟମନ୍ତ୍ରୀ ଓ ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ । ଅପରପକ୍ଷେ ମୁଖ୍ୟ ବିରୋଧୀ ଦଳ ବିଜେଡିର ବିଧାୟକ ଦଳ ବୈଠକ ଶଙ୍ଖ ଭବନରେ ସନ୍ଧ୍ୟା ୫ଟାରେ ଅନୁଷ୍ଠିତ ହେବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ବିଜେଡିର ଦଳୀୟ ବିଧାୟକମାନେ ଯୋଗ ଦେଇ ବଜେଟ ଅଧିବେଶରେ କେଉଁ କେଉଁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବେ, ସେ ବାବଦରେ ଆଲୋଚନା କରିବେ । ତେବେ ବିଜେଡି ମଣ୍ଡିରେ ଧାନ ସଂଗ୍ରହ ନେଇ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି, ସ୍ମାର୍ଟ ମିଟର ବୋଝ, ମନରେଗା ଉଚ୍ଛେଦ, ପ୍ରଦୂଷଣ ନାମରେ ଅର୍ଥ ଆଦାୟ ପ୍ରମୁଖ ବିଭିନ୍ନ ପ୍ରସଙ୍ଗ ଉଠାଇବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

ଅନୁରୁପ ଭାବେ ପିସିସି ସଭାପତି ଭକ୍ତଚରଣ ଦାସ କହିଛନ୍ତି, ଆସନ୍ତା ଅଧିବେଶନରେ ସରକାରଙ୍କୁ ନାରୀ ନ୍ୟାୟ ପ୍ରସଙ୍ଗ, ପିଇବା ପାଣିର ସମସ୍ୟା, ଚାଷୀଙ୍କ ପ୍ରତି ଅନ୍ୟାୟ, ଧାନ କିଣା ବିକାରେ ହେରଫେର ଅଭିଯୋଗ ପ୍ରମୁଖ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଘେରାଯିବ । ଏହି ବୈଠକରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଅଧ୍ୟକ୍ଷତା କରିବା ସହିତ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରକୋଷ୍ଠରେ ସନ୍ଧ୍ୟା ୫ଟାରେ କଂଗ୍ରେସ ବିଧାୟକ ଦଳ ବୈଠକ ହେବ ବୋଲି ଶ୍ରୀ କାଡାମ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+