୨୦୨୪ ଫେବୃଆରୀ ୯ରୁ ଆରମ୍ଭ ହେବ କଳିଙ୍ଗ ସାହିତ୍ୟ ଉତ୍ସବର ୧୦ମ ସଂସ୍କରଣ
ଭୁବନେଶ୍ବର: କଳିଙ୍ଗ ସାହିତ୍ୟ ମହୋତ୍ସବ ଦଶ ବର୍ଷରେ ପଦାର୍ପଣ କରିଛି । ପ୍ରତିବର୍ଷ ଭଳ ବହୁ ଆଡମ୍ବରପୂର୍ଣ ଭାବେ ଆୟୋଜିତ ହେବ ଏହି ମହୋତ୍ସବ । ଏହାର ୧୦ମ ସଂସ୍କରଣ ଆସନ୍ତା ବର୍ଷ ଫେବୃଆରୀ ୦୯ରୁ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ୨୦୧୩ରୁ ଏହାର ପରିକଳ୍ପନା ହୋଇଥିଲା । ପ୍ରଥମ କଳିଙ୍ଗ ଲିଟରାରି ଫେଷ୍ଟିଟିଭାଲ ୨୦୧୪ରେ ଭାଷା ଓ ସାହିତ୍ୟର ଉତ୍ସବ ଭାବେ ପାଳନ କରାଯାଇଥିଲା । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଖୁସି ପାଳନ କରିବା ନିମନ୍ତେ କଳିଙ୍ଗ ସାହିତ୍ୟ ମହୋତ୍ସବ ଆରମ୍ଭ ହୋଇଥିଲା ।
ମନ୍ଦିରମାଳିନୀ ସହର ଭୁବନେଶ୍ବରସ୍ଥିତ ହୋଟେଲ୍ ସ୍ବସ୍ତି ପ୍ରମିୟମ୍ଠାରେ କଳିଙ୍ଗ ସାହିତ୍ୟ ଉତ୍ସବର ୧୦ମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ମୂଖ୍ୟ ପ୍ରସଙ୍ଗ ରହିଛି ''ପ୍ରାଚୀନ ଭାରତ ଓ ଅନ୍ୟ ଦେଶର କିମ୍ବଦନ୍ତି: ଏକବିଂଶ ଶତାବ୍ଦୀର ଅଙ୍ଗେନିଭା ଜୀବନ ପାଇଁ ପ୍ରେରଣାର ଉତ୍ସ।'' ଏହି ଉତ୍ସବ ବିବିଧତାର ବୈଚିତ୍ରପୂର୍ଣ୍ଣ ମୋଜାଇକ୍ ପ୍ରସ୍ତୁତ କରେ ।
୩୦୦ ବକ୍ତା, ସଂଗୀତଜ୍ଞ, ଚିତ୍ରଶିଳ୍ପୀ ଓ କଳାକାରମାନଙ୍କ ମିଳିତ ଉଦ୍ୟମରେ ଏହି ଉତ୍ସବରେ ଏକ ଅନନ୍ୟ ମୁର୍ଚ୍ଛନ ସୃଷ୍ଟି କରିବ । ବିଭିନ୍ନ ସଂସ୍କୃତିର ଅବଦାନରେ ସମୃଦ୍ଧ ଆମର ଐତିହ୍ୟ ପ୍ରତି ଏହି ଉତ୍ସବ ଗଭୀର ସମ୍ମାନ ଜଣାଏ । ପୂର୍ବସୂରୀମାନଙ୍କର ପ୍ରଜ୍ଞା ଆମକୁ ବର୍ତ୍ତମାନ ସମୟରେ କିପରି ପ୍ରେରଣା ଦେଇପାରିବ ତାହା ସୂଚାଇ ଦେବା ଏହି ଉତ୍ସବର ଲକ୍ଷ୍ୟ ରହିଛି ।

ଉତ୍ସବର ଲକ୍ଷ୍ୟ: କଳିଙ୍ଗ ସାହିତ୍ୟ ଉତ୍ସବରେ ସବୁ ଆଲୋଚନା ଭାରତର ସମୃଦ୍ଧ ଆଖ୍ୟାନ ପରମ୍ପରା ସହିତ ଗଭୀର ସମ୍ପର୍କ ସ୍ଥାପନ କରେ । ଏହା ଫଳରେ କେବଳ ଆମର ସାଂସ୍କୃତିକ ଆତ୍ମପ୍ରକାଶର ବିବିଧତା ସୂଚାଇ ଦିଏ ନାହିଁ, ଏହା ଆମର ଆଖ୍ୟାନଗୁଡ଼ିକ ଆମକୁ ଏକତାର ସୂତ୍ରରେ କିପରି ବାନ୍ଧିପାରେ ତାହା ମଧ୍ୟ ଦର୍ଶାଇ ଥାଏ । ଏହି ଉତ୍ସବରେ ଗଣତନ୍ତ୍ରଠାରୁ ଆରମ୍ଭ କରି ଡିଗିଟାଲ୍ ବିପ୍ଳବ ଭଳି ବିଷୟ, ଏବଂ ସାଂସ୍କୃତିକ ଜାତୀୟତାବଦରୁ ଆରମ୍ଭ କରି ଜଳବାୟୁ ସମ୍ପର୍କିତ ନ୍ୟାୟ ପର୍ଯ୍ୟନ୍ତ ବିଷୟଗୁଡ଼ିକ ଉପରେ ଚିନ୍ତାଶୀଳ ଆଲୋଚନା ହେବ ।
ଉତ୍ସବରେ ଆଲୋଚନାରେ ଭାଗ ନେଉଥିବା ବିଶିଷ୍ଟ ବ୍ୟକ୍ତିବୃନ୍ଦ:
୩ ଦିନର କାର୍ଯ୍ୟକ୍ରମ ମାଧ୍ୟମରେ କଳିଙ୍ଗ ସାହିତ୍ୟ ଉତ୍ସବରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବଷୟବସ୍ତୁ ଉପରେ ଆଲୋକପାତ କରାଯିବ । ସେଗୁଡ଼ିକ ହେଲା ସାହିତ୍ୟ ଓ ସ୍ବାଧୀନତା ମଧ୍ୟରେ ସଂପର୍କ, ଏକ ସାଧାରଣତନ୍ତ୍ରର ବୈଶିଷ୍ଟ୍ୟ, ସାଂସ୍କୃତିକ ବୈଚିତ୍ରମୟ ବର୍ଣ୍ଣାଳୀ, ଏବଂ ଏକ ନ୍ୟାୟପର ସମାଜ ବ୍ୟବସ୍ଥାର ଭିତ୍ତି । ବିଭିନ୍ନ ସତ୍ରରେ ଅନୁଷ୍ଠିତ ହେବାକୁଥିବା ଆଲୋଚନା ଗଣତନ୍ତ୍ରର ଭିତ୍ତି ଓ ସାଂସ୍କୃତିକ ଜାତୀୟତାବାଦର ଉନ୍ମେଷ ଉପେର ଆଲୋକପାତ କରି ଆଗାମୀ ଯୁଗର ଯୁବକ ଯୁବତୀମାନଙ୍କର ଚେତନାର ଦିଗନ୍ତ ପ୍ରସାରିତ କରିବ।
ଭାରତର ବିଭିନ୍ନ ଭାଷାରେ ଆଲୋଚନା, ପ୍ରକାଶନ ଶିଳ୍ପର ଅନୁଶିଳନ ଓ ଭାରତର ପୌରାଣିକ ପରମ୍ପରା ଉପେର ଚିନ୍ତନ ଏହି ଉତ୍ସବର ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ। ଏଥିସହିତ ଗଣମାଧ୍ୟମର ପ୍ରଭାବ, ବଜାରର ଗତିବିଧି ଓ ସାହିତ୍ୟରେ ଶିଶୁ, ନାରୀ ଓ ଟ୍ରାନ୍ସଜେଣ୍ତର୍ମାନଙ୍କ ଜୀବନର ପ୍ରତିଫଳନ ଉତ୍ସବେର ଆଲୋଚର ବିଷୟ ହେବ। ଯେଉଁ ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ବିଚାରବିମର୍ଶ କରାଯିବ ସେଗୁଡ଼ିକ ହେଲା ନାଗରୀକମାନଙ୍କ ଭୂମିକା, ଚଳଚିତ୍ରର ପ୍ରଭାବ, କ୍ରୀଡ଼ାର ଗୁରୁତ୍ବ, ନିତିର ଆବଶ୍ୟକତା, ଭେଦଭାବର ଚରିତ୍ର, ବିପ୍ଳବର ଆଖ୍ୟାନ ଏବଂ ଶାନ୍ତି ପ୍ରତିଷ୍ଠା ଓ ସଂଘର୍ଷର ନିରାକରଣ।
ଯେଉଁ ପ୍ରଥିତଯଶା ବ୍ୟକ୍ତିମାନେ ଶ୍ରୋତାମାନଙ୍କର ଚିନ୍ତାଜଗତକୁ ନୂତନ ବିଚାର ଓ ଦୃଷ୍ଟିକୋଣ ମାଧ୍ୟମରେ ଋଦ୍ଧିମନ୍ତ କରିବେ ସେମାନଙ୍କ ମଧ୍ୟରେ ଅଛନ୍ତି ବିବେକ ଦେବରାଏ, ଅମିଶ୍ ତ୍ରିପାଠୀ, ସିତାକାନ୍ତ ମହାପାତ୍ର, ପ୍ରତିଭା ରାଏ, ରମାକାନ୍ତ ରଥ, ପାରମିତା ଶତପଥୀ, ଅରୁନ୍ଧତି ସୁବ୍ରମନିୟମ୍, ଉଦୟ ପ୍ରକାଶ, କେ ଆର୍ ମୀରା, ୟତିନ୍ଦ୍ର ମିଶ୍ର, ହିନ୍ଦୋଳ ସେନ୍ଗୁପ୍ତୋ, ମିଲି ଐଶ୍ବରିଆ, ୟତିଶ୍ କୁମାର୍, ୟଶ୍ପାଳ ଶର୍ମା, ମାରିଆ ଗୋରେଟି, କୋରାଲ୍ ଦାଶଗୁପ୍ତୋ, ନୀଳ ମାଧବ ପଣ୍ତା, ସନ୍ଦିପ୍ ବାମ୍ଜାଇ ଆଦି ଅନେକ ଯଶବନ୍ତ ବ୍ୟକ୍ତି। ନେପାଳ, ଶ୍ରୀଲଙ୍କା, ଜାପାନ ଭଳି ଦେଶମାନଙ୍କରୁ ବିଶିଷ୍ଟ ସାହାତ୍ୟିକମାନେ ଉତ୍ସବେର ଯୋଗଦେଇ ଏକ ଆକର୍ଷଣୀୟ ଭାବଜଗତ ସୃଷ୍ଟି କରିବେ। ଏହି ଉତ୍ସବରେ ୩୦ ନୂତନ ସାହିତ୍ୟକୃତି ଓ ଗବେଶଣାଭିତ୍ତିକ ପୁସ୍ତକ ଉନ୍ମେଚି ହେବ ଏବଂ ନୂତନ ବିଚାରଧାରା ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ।
ଉତ୍ସବକୁ ଆସିଥିବା ଅତିଥିମାନେ ପାରସ୍ପରିକ ସହଯୋଗ ମାଧ୍ୟମରେ ଏକ ସବୁଜ ଭବିଷ୍ୟତର କଳ୍ପନା କରିବେ। ମିଷ୍ଟିକ୍ ମାଇକ୍ ମାଧ୍ୟମରେ ଉତ୍ସବରେ ଭାଗ ଯୋଗଦେଉଥିବା ବ୍ୟକ୍ତିମାନେ ଭୁବନେଶ୍ବର ସଂପର୍କିତ ଆଖ୍ୟାନର ପ୍ରାଣକେନ୍ଦ୍ର ସହିତ ପରିଚିତ ହେବେ। ପ୍ରକୃତି ଓ ସଂସ୍କୃତି ମଧ୍ୟରେ ଚାଲିଥିବା ଅନ୍ତରଙ୍ଗ ବାର୍ତ୍ତାଳାପର ସନ୍ଧାନ ପାଇବେ।
ଅନେକ ସ୍ଥାନୀୟ ସାଇକଲ୍ କ୍ଲବ୍ମାନଙ୍କର ସହଭାଗିତାରେ ଏହି ଉତ୍ସବରେ ନିମନ୍ତ୍ରିତ ଅତିଥିମାନଙ୍କୁ ଭୁବନେଶ୍ବରର ଐତିହାସିକ ଓ ସାଂସ୍କୃତିକ ସହିତ ପରିଚିତ।
ଅତିଥିମାନଙ୍କ ପାଇଁ ଅନନ୍ୟ ଅନୁଭୁତି:
କଳିଙ୍ଗ କଳା ଉତ୍ସବ ମାଧ୍ୟମରେ ଅତିଥିମାନଙ୍କୁ ଉତ୍ସବର ବିଷୟବସ୍ତୁ ଉପେର ଏକ ଅନନ୍ୟ ଅବିସ୍ମରଣୀୟ ଅନୁଭୁତି ଲାଭ କରିବାର ସୁଯୋଗ ପାଇବେ।
ଆଶାର କିରଣ ଓ ବିପଦର ମୁକାବିଲା ପାଇଁ ସାମର୍ଥ୍ୟ:
କେଏଲ୍ଏଫ୍ର ସଂସ୍ଥାପକ ଶ୍ରୀ ରଶ୍ମି ରଞ୍ଜନ ପରିଡ଼ାଙ୍କ ମତରେ, ''କଳିଙ୍ଗ ସାହିତ୍ୟ ଉତ୍ସବର ୧୦ମ ସଂସ୍କରଣରେ 'ପ୍ରାଚୀନ ଭାରତ ଓ ଅନ୍ୟ ଦେଶର କିମ୍ବଦନ୍ତି: ଏକବିଂଶ ଶତାବ୍ଦୀର ଅଙ୍ଗେନିଭା ଜୀବନ ପାଇଁ ପ୍ରେରଣାର ଉତ୍ସ' ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ କାରଣ ଏବେ ଭାରତ ବିଶ୍ବର ଏକ ବୃହତ୍ ଶକ୍ତି ହିସାବରେ ପ୍ରତିଷ୍ଠାଲାଭ କରିଛି। ଆମର ସୌଭାଗ୍ୟ ଯେ ଆମେ ଏତେ ଜଣ ବିଖ୍ୟାତ୍, ବିଦ୍ବାନ୍ ଓ ଲେଖକମାନେ ଆମ ନିମନ୍ତ୍ରଣ ରକ୍ଷାକରି ଏହି ଉତ୍ସବକୁ ଅାସୁଛନ୍ତି। ଏଠାରେ ଆଲୋଚିତ ହେବାକୁ ଯାଉଥିବା ବିଷୟ ଏଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଭାରତର ଗୌରବମୟ ଇତିହାସରୁ ତା'ର ବର୍ତ୍ତମାନ ପ୍ରେରଣା ସଂଗ୍ରହ କରୁଛି।''
କଳିଙ୍ଗ ସାହିତ୍ୟ ଉତ୍ସବ ଉପରେ କିଛି:
ଏହି ଉତ୍ସବ ଭାରତର ଆତ୍ମା ଓ ତା'ର ସମୃଦ୍ଧ ସାହିତ୍ୟିକ ପରମ୍ପରାର ପରିଚୟ ଦିଏ। ଏଠାରେ ହେଉଥିବା ଭାବର ଆଦାନ ପ୍ରଦାନ ପ୍ରତି ବର୍ଗର ଲୋକମାନଙ୍କର ଚେତନାକୁ ଉଦ୍ଦିପିତ କରେ। ୨୦୧୩ ମସିହାଠାରୁ ଏହା ଗୋଟିଏ ଅବାଧ ଓ ମୁକ୍ତ ଆଲୋଚନାର ମଞ୍ଚ ଭାବରେ ହଜାର ହଜାର ସାହିତ୍ୟ ପ୍ରେମୀ ବ୍ୟକ୍ତିମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିଛି।












Click it and Unblock the Notifications