କଳିଙ୍ଗ ଲିଟେରାରି ଫେଷ୍ଟିଭାଲ, ଯୋଗଦେଲେ ୨୫ଟି ଦେଶର ୫୦୦ ସାହିତ୍ୟିକ
କଳିଙ୍ଗ ଲିଟେରାରି ଫେଷ୍ଟିଭାଲ ଏକ ସାହିତ୍ୟିକ ମହୋତ୍ସବ । ଚଳିତ ବର୍ଷ ୨୫ଟି କଣ୍ଟ୍ରିରୁ ୫୦୦ ସାହିତ୍ୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କଳିଙ୍ଗ ଲିଟେରାରି ଫେଷ୍ଟିଭାଲ
ଭୁବନେଶ୍ୱର: କଳିଙ୍ଗ ଲିଟେରାରି ଫେଷ୍ଟିଭାଲ ଏକ ସାହିତ୍ୟିକ ମହୋତ୍ସବ । ଚଳିତ ବର୍ଷ ୨୫ଟି କଣ୍ଟ୍ରିରୁ ୫୦୦ ସାହିତ୍ୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଲେଖକ, ରାଜନୀତିଜ୍ଞ, ସାମାଜିକ କାର୍ଯ୍ୟକର୍ତ୍ତା, ସାମ୍ବାଦିକ, ସରକାରୀ ଅଫିସର, ଛାତ୍ର ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରର ଲୋକଙ୍କ ସହିତ ଏକ ସାହିତ୍ୟିକ ପରିବେଶରେ ମତ ବିନିମୟର ସୁଯୋଗ ସୃଷ୍ଟି ହୋଇଥାଏ । 'ଭାରତୀ ଏବଂ ଓଡ଼ିଶା ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା' କବିତା, ଗଳ୍ପ ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥାଏ ।
ସୂଚନାଥାଉ ଯେ, ଓଡ଼ିଆ ଭାଷ ଶାସ୍ତ୍ରୀୟ ମାନ୍ୟତା ପାଇବାର ଉପଲକ୍ଷେ ଏହି କାର୍ଯ୍ୟକ୍ରମ ୨୦୧୪ରେ ପ୍ରଥମ ଥର ଆରମ୍ଭ ହୋଇଥିଲା ।
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଲଲିତ କୁମାର ହରପରଙ୍କୁ କ୍ଲାସିକ୍ ମୈଥାଲି ଉପନ୍ୟାସ କନ୍ୟାଦାନ ଇଂରାଜୀ ଅନୁବାଦ ପାଇଁ କାଲିଙ୍ଗ ସାହିତ୍ୟ ମହୋତ୍ସବ ପୁରସ୍କୃତ କରାଯାଇଛି । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କନ୍ୟାଦାନର ମୂଳତ ହରିମୋହନ ଝା ୧୯୯୩ରେ ଏହି ପୁସ୍ତକ ରଚନା କରିଥିଲେ । ଏହି ପୁସ୍ତକର ମୁଖ୍ୟ ବିଷୟ ବସ୍ତୁ ହେଲା ମହିଳାଙ୍କ ଶିକ୍ଷା ।
କେଏଲଏଫ ବା କଳିଙ୍ଗ ଲିଟେରାରି ଫେଷ୍ଟିଭାଲରେ ୱାନ ଇଣ୍ଡିଆର ସଂଯୋଜକ ସମ୍ପାଦକ କେଶବ କରଣ ଲଳିତ କୁମାରଙ୍କ ସହ 'କନ୍ୟାଦାନ' ପୁସ୍ତକ ଏବଂ ଭାରତୀୟ ସାହିତ୍ୟରେ ଏହାର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ । ସେହିପରି ଏହି ଉତ୍ସବର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରଶ୍ମୀ ରଂଜନ ପରିଡା କହିଛନ୍ତି ଯେ, ପ୍ରାୟ ଏକ ଦଶନ୍ଧି ଧରି କଳିଙ୍ଗ ଲିଟେରାରି ଫେଷ୍ଟିଭାଲ ଭାରତୀୟ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର କରିଆସୁଛି ।












Click it and Unblock the Notifications