ନବୀନ ନିବାସରେ କଳିକେଶ ସିଂହଦେଓ, ମିଳିପାରେ ବଡ଼ ଦାୟିତ୍ଵ?
ବିଜେଡିର ଭବିଷ୍ୟତ ଓ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ନେଇ ପୁଣିଥରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା। ଆଜି ନବୀନ ନିବାସରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପହଞ୍ଚିବା ପରେ ବିଜେଡିରେ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ ନବୀନ ନିବାସରେ ପ୍ରତାପ ଜେନା ଓ ଦେବୀ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗତ ୨୩ ତାରିଖରେ କଳିକେଶଙ୍କ ବାପା ଏ.ୟୁ. ସିଂହଦେଓ ନବୀନ ନିବାସ ଯାଇଥିଲେ । ଦିବ୍ୟଶଙ୍କର ମୀଶ୍ର ଓ ଦେବେଶ ଆଚାର୍ଯ୍ୟଙ୍କ ସୁପାରିସ ପରେ ଗତ ଦୁଇ ଦିନ ଧରି କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ଜୋରଦାର ଚର୍ଚ୍ଚା ହେଉଛି ।












Click it and Unblock the Notifications