ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା 'କାଳିଆ' ଟଙ୍କା କିସ୍ତି
KALIA Yojana 2024: ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା 'କାଳିଆ' ଟଙ୍କା କିସ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ରା ଚାଷୀ ଏହା ଦ୍ୱାରା ଉପକୃତ ହୋଇଛନ୍ତି । ଏହାଛଡା ୧୮ ଲକ୍ଷରୁ ଅଧିକ ଭୂମିହୀନ କୃଷକ ପରିବାରଙ୍କୁ ୩୬୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ ସହ ୩୦ଟି ଜିଲ୍ଲାରେ କାଳିଆ କେନ୍ଦ୍ରର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଖରିଫ ଚାଷ ପାଇଁ ମିଳିବ କାଳିଆ ସହାୟତା ।
ସୂଚନାଥାଉ ଯେ, ୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ 'କାଳିଆ' ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ୟ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟ ବଜେଟ୍ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି ।












Click it and Unblock the Notifications