Get Updates
Get notified of breaking news, exclusive insights, and must-see stories!

ଜଗାକୁ ଜ୍ବର, ଅଣସରରେ ଚାଲିଛି ଗୁପ୍ତନୀତି

ଜଗାକୁ ଜ୍ବର। ଅଣସର ଘରେ ଜ୍ବରରେ କମ୍ପୁଛନ୍ତି ଜଗନ୍ନାଥ। ସ୍ନାନକରିବା ପରେ ଅଣସର ଘରେ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି।ଏହି ଅଣସର ନୀତି ପଛରେ ରହିଛି ଅନେକ ଆଶ୍ଚର୍ଯ୍ୟକର ତଥ୍ୟ । ସ୍ନାନକରି ଜ୍ବରରେ ପୀଡିତ ହୋଇଥିବା ମହାପ୍ରଭୁଙ୍କ ଉପଶମ ପାଇଁ ଲୋଡାପଡନ୍ତି ବୈଦ୍ୟ ।

ପୁରୀ: ଜଗାକୁ ଜ୍ବର । ଅଣସର ଘରେ ଜ୍ବରରେ କମ୍ପୁଛନ୍ତି ଜଗନ୍ନାଥ। ସ୍ନାନକରିବା ପରେ ଅଣସର ଘରେ ଅଛନ୍ତି ଚତୁର୍ଦ୍ଧାମୂର୍ତ୍ତି।ଏହି ଅଣସର ନୀତି ପଛରେ ରହିଛି ଅନେକ ଆଶ୍ଚର୍ଯ୍ୟକର ତଥ୍ୟ । ସ୍ନାନକରି ଜ୍ବରରେ ପୀଡିତ ହୋଇଥିବା ମହାପ୍ରଭୁଙ୍କ ଉପଶମ ପାଇଁ ବୈଦ୍ୟ ଆସିଥାନ୍ତି । ଏହି ସମୟରେ ଅନୁଷ୍ଠିତ ହୁଏ ସ୍ବତନ୍ତ୍ର ନୀତିକାନ୍ତି । ଯାହାକୁ କୁହାଯାଏ ଅଣସର ବା ଅନବସର ନୀତି । ତେବେ ପ୍ରତିବର୍ଷ ଅଣସର ନୀତି ସ୍ନାନଯାତ୍ରା ପରେ ଅନୁଷ୍ଠିତ ହେଉ ଥିବାବେଳେ ମହାପ୍ରଭୁଙ୍କର ମହାସ୍ନାନ ନୀତି ନବକଳେବର ସମୟରେ ହୋଇଥାଏ ।

anasara

ଦେବସ୍ନାନ ପୂର୍ଣ୍ଣିମା ଠାରୁ ଉଭା ଅମାବାସ୍ୟା ଯାଏଁ ଅଣସରର ସମସ୍ତ ନୀତି ଅନୁଷ୍ଠିତ ହୋଇଥାଏ । ଦଇତାପତି ସେବକମାନେ ଏହି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଉପଚାର କରିଥାନ୍ତି । ଶ୍ରୀମନ୍ଦିରର ଜୟ ବିଜୟ ଦ୍ବାର ପରେ ଜଗ ମୋହନରେ ବଲ୍ଲଭ ପିଣ୍ଡି ବା ଅଣସର ପିଣ୍ଡି ହୋଇଥାଏ । ମହାପ୍ରଭୁଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଉକ୍ତ ପିଣ୍ଡିରେ ବିଜେ କରାଯାଇ ଅତି ଗୁପ୍ତ ଭାବେ ଉପଚାର କରାଯାଏ । ଏହି ଅଣସର 15 ଦିନ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ମଧ୍ୟ ବନ୍ଦ ରହିଥାଏ।

ଅନ୍ଧାର ଗୃହ ଭିତରେ ଦଇତାପତି ସେବକ ମହାପ୍ରଭୁଙ୍କ ଆରଧନା କରିଥାନ୍ତି । ଏହି ସମୟରେ ଶ୍ରୀଜିଉଙ୍କ ଠାରେ କେବଳ ଶ୍ବେତ ପୁଷ୍ପ ଲାଗି ହୋଇଥାଏ । ଅନ୍ନ ପରିବର୍ତ୍ତେ କେବଳ ପଣା,ଫଳ, ଛେନା ଆଦି ଭୋଗ ଲାଗି କରାଯାଏ । ଅଣସର ପଞ୍ଚମୀରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଫୁଲୁରି ତେଲରେମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଲେପନ କରାଯାଇଥାଏ ।

ସେହିପରି ଦଶମୀ ଦିନ ମହାପ୍ରଭୁ ରାଜ ବୈଦ୍ୟଙ୍କ ଦ୍ଵାରା ପ୍ରସ୍ତୁତ ସ୍ବତନ୍ତ୍ର ଆୟୁର୍ବେଦ ଔଷଧ ଦଶମୂଳ ମୋଦକ ସେବନ କରି ସୁସ୍ଥ ହୁଅନ୍ତି । ଅଣସର ଦ୍ଵାଦଶୀରେ ଦଇତାପତି ସେବାୟତମାନେ ରାଜ ପ୍ରସାଦ ଯାଇ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଗଜପତି ମହାରାଜଙ୍କୁ ଦିଅନ୍ତି । ଏହାକୁ ରାଜପ୍ରାସାଦ ବିଜେ କୁହାଯାଏ । ପରେ ମହାପ୍ରଭୁଙ୍କର ନବଯୌବନ ଦର୍ଶନପରେ ମହାପ୍ରଭୁ ରଥଯାତ୍ରାରେ ବାହାରିଥାନ୍ତି ।

ଅଣସରରେ କେବଳ ମହାପ୍ରଭୁଙ୍କ ଶରୀରର ଉପଚାର ହୋଇଥାଏ । କିନ୍ତୁ ମହା ଅଣସରରେ ମହାପ୍ରଭୁଙ୍କ ନୂତନ ଦାରୁ ବିଗ୍ରହ ନିର୍ମାଣ ହେବା ସମେତ ମହାପ୍ରଭୁ ଶରୀର ତ୍ୟାଗ କରି ନୂତନ କଳେବର ତଥା ନୂତନ ବିଗ୍ରହ ଧାରଣ କରିଥାନ୍ତି । ଏହାକୁ ଘଟ ପରିବର୍ତ୍ତନ ତଥା ନବକଳେବର କୁହାଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+