ଅକ୍ଷୟ ତୃତୀୟା ଭେଟି: ଆଜି ମିଳିବ କାଳିଆ ଟଙ୍କା, ଚାଷୀଙ୍କ ପାଇଁ ୯ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ୨୦୨୨ ଆର୍ଥିକ ବର୍ଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର ।
ଭୁବନେଶ୍ଵର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ୨୦୨୨ ଆର୍ଥିକ ବର୍ଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ କାଳିଆ ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ 'କାଳିଆ' ଟଙ୍କା ପ୍ରଦାନ କରିବେ । ଏଥିସହ ଚାଷୀଙ୍କ ପାଇଁ ୯ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ପଣସ ମିଶନ
ରାଜ୍ୟରେ ପ୍ରାୟ ୯ ଟି ଜିଲ୍ଲାର ପଣସ ଚାଷୀଙ୍କ ପାଇଁ ଓଡ଼ିଶା ପଣସ ଚାଷ ର ଆରମ୍ଭ କରାଯାଇଛି । ପଣସ ଚାଷକୁ ଲୋକପ୍ରିୟ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ପଣସ ଚାଷ ପାଇଁ ଓଡିଶାର ଜଳବାୟୁ ଅତ୍ୟନ୍ତ ଅନୁକୂଳ । ଏହି ଫଳର ଗୁଣ ସମସ୍ତଙ୍କ ମଧ୍ୟରେ ପୁଷ୍ଟିକର ସୁରକ୍ଷାକୁ ଦୃଢ଼ କରିବାରେ ସହାୟକ ହୋଇଥାଏ । ଏହି ମିଶନ ନେଇ ୯୭କୋଟି ଟଙ୍କା ର ପ୍ରୋତ୍ସାହନ ଦିଆଯାଇଛି।
ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କାଳିଆ ସହାୟତା ବଣ୍ଟନର ଶୁଭାରମ୍ଭ କରିବେ। ଏହି ଅବସରରେ ୮୦୦ କୋଟିରୁ ଅଧିକ ଟଙ୍କାର ସହାୟତା ବଣ୍ଟନ କରାଯିବ ଓ ପ୍ରାୟ ୪୧ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହାଦ୍ବାରା ଲାଭବାନ ହେବେ। #OdishaForFarmers #Kalia pic.twitter.com/hpbAWwKaRV
— CMO Odisha (@CMO_Odisha) May 3, 2022
କାଳିଆ ଯୋଜନା
୪୦ ଲକ୍ଷ ରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଙ୍କ ପାଇଁ 804 କୋଟି ଟଙ୍କା ର କ୍କୃଷି ସହାୟତା ଘୋଷଣା । ବର୍ଷକୁ ଦୁଇଥର କାଲିଆ ଯୋଜନା ଅନ୍ତର୍ଗତ କୃଷକଙ୍କ ଆକାଉଣ୍ଟକୁ ଏହି ରାଶି ପ୍ରଦାନ ନେଇ ରିପୋର୍ଟରେ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ, ଅକ୍ଷୟ ତୃତୀୟା ଅବସରରେ ଖରିଫ ଫସଲ ପାଇଁ ୯୨୦କୋଟି ଟଙ୍କା ଘୋଷଣା କରାଯାଇଛି ।
ଓଡ଼ିଶା ମିଲେଟ ମିଶନ
୨୦୧୭ ରେ ଆରମ୍ଭ ହୋଇଥିବା ଓଡିଶା ମିଲେଟସ୍ ମିଶନ୍ (ଓଏମ୍ଏମ୍) ବାଜ୍ରା ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଥମ କୃଷି ପଦକ୍ଷେପ । ମିଶନର ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ଆଦିବାସୀମାନଙ୍କର ପାରମ୍ପାରିକ ଖାଦ୍ୟ ବାଜ୍ରାକୁ ପୂର୍ବ ଭଳି ଫେରାଇ ଆଣିବା। ଏନେଇ ରାଜ୍ୟର ୧୯ ଟି ଜିଲ୍ଲାର ୧୮୨ଚାଷୀଙ୍କ ପାଇଁ ୨୮୦୮କୋଟି ଟଙ୍କା ର ଅର୍ଥରାଶି ଘୋଷଣା କରାଯାଇଛି।
ରିୱର୍ଡ ଯୋଜନା
୨୦୨୧ ଏପ୍ରିଲ ମାସରେ ବିଜ୍ଞାନିକ ପ୍ରଣାଳୀରେ ଜଳସେଚନ ପରିଚାଳନା ଏହି ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦ କରିବାକୁ ଘୋଷଣା କରାଯାଇଛି । ଏଥିମଧ୍ୟରୁ ବିଶ୍ଵ ବ୍ୟାଙ୍କ ୩୫୦କୋଟି ଟଙ୍କା ଋଣ ସହାୟତା ପ୍ରଦାନ କରିବ। ସମୱନିତ କୃଷିର ପ୍ରୋତ୍ସାହନ ପାଇଁ କାର୍ଯ୍ୟକ୍ରମ ଏନେଇ ୮ ଟି ଜିଲ୍ଲା ର ୧.୮ ଲକ୍ଷ୍ୟ କୃଷକ ପରିବାର କୁ ସାମିଲ କରିବା ପାଇଁ ୨୩୯ କୋଟି ଟଙ୍କା ର ବ୍ୟୟ ବରାଦ କରାଯାଇଛି।
ଗୋ-ସୁଗମ
ଚାଷୀ ଏବଂ କୃଷି ଉଦ୍ୱୋଗୀଙ୍କ ପାଇଁ ସାରା ଭାରତ ରେ ପ୍ରଥମ ସିଙ୍ଗଲ ୱିଣ୍ଡୋ ପୋର୍ଟାଲ ର ଶୁଭାରମ୍ଭ କରାଯିବ । ଏଥି ସହ କୃଷକଙ୍କ ଖାଦ୍ୟ ଦ୍ଵି ଗୁଣିତ କରିବା ପାଇଁ ପୂର୍ବ ପ୍ରମାଣିତ ନୀତି ନିର୍ଦ୍ଧା ରଣ କରାଯିବ । ଏନେଇ ଆନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପରିଷଦକୁ ବୁଝାମଣା ପତ୍ର ଦିଆଯାଇଛି। ଅନ୍ୟପଟେ ମୂଲ୍ୟ ଯୁକ୍ତ ଉତ୍ପାଦ ପ୍ରସ୍ତୁତି ଏବଂ ବିପଣନ ନିମନ୍ତେ କୃଷକ ଙ୍କ ସଶକ୍ତି କାରଣ କରାଯିବ। ଏନେଇ କୃଷକ ଉତ୍ପାଦନ ସଂଗଠନ ନିମନ୍ତେ ମାର୍ଗଦର୍ଶିକା ର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications