ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ: ଆଜି ୧୪ ଜିଲ୍ଲା, କାଲି ୧୬ ଜିଲ୍ଲାକୁ ବର୍ଷା ଆଲର୍ଟ
କାଳବୈଶାଖୀ ଆଣିଲା ଆଶ୍ବସ୍ତି । ୧୦ ଜିଲ୍ଲାରେ ଛେଚିଲା କାଳବୈଶାଖୀ ବର୍ଷା। ବିଳମ୍ବିତ ରାତିରେ ଭୁବନେଶ୍ବର ଓ କଟକ ସହର ସମେତ ୧୦ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ ବର୍ଷା। ଆଜି ପାଇଁ ଉପକୂଳ ଓଡ଼ିଶାର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କାଳବୈଶାଖୀର ପ୍ରଭାବ ବଢ଼ିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହିତ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୧୩ ରୁ ୧୬ ତାରିଖ ଯାଏ ବିଭିନ୍ନ ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ଗୁରୁବାର କାଳବୈଶାଖୀ ପ୍ରଭାବରେ କେନ୍ଦୁଝରରେ ୧୯.୩ମିମି ଓ ଦାରିଙ୍ଗିବାଡ଼ିରେ ୧୦ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଆସନ୍ତାକାଲି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୩ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ତାପମାତ୍ରା ପୁଣିଥରେ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।












Click it and Unblock the Notifications