ନୂଆପଡାରେ ଧରାପଡିଲା କଲରାପତରିଆ ବାଘ
ନୂଆପଡ଼ା: ନୂଆପଡ଼ା ରେଞ୍ଜ ଅଧୀନ ଧରମବନ୍ଧା ସେକ୍ସନ ସିଲିଆରିବାହାରା ଗାଁରେ ବାଘ ଆତଙ୍କ ଦେଖା ଦେଇଛି । ରବିବାର ସକାଳୁ ଗାଈକୁ ଶିକାର କରି ଶିକାରକୁ ଜଗି ରହିଛି । ଏହି କଲରାପତରିଆ ବାଘର ଚିତ୍ର ମୋବାଇଲ କ୍ୟାମେରାରେ କଏଦ ହୋଇଛି ।

ତେବେ ବାଘ ଅସୁସ୍ଥ ଥିବାର ବି ଅନୁମାନ କରାଯାଉଛି। ଏବେ ବାଘର ଜୀବନ ପ୍ରତି ବିପଦ ରହିଛି । କାରଣ ଆଜି ସକାଳୁ ଗାଈକୁ ଶିକାର କରି ଖାଇବା ବରେ ବାଘ ଆଉ ଜଙ୍ଗଲକୁ ଯାଇ ପାରିନଥିଲା । ସ୍ଥାନୀୟ ଲୋପେ ବାଘର ଅତି ନିକଟରେ ଫଟୋ ଏବଂ ଭିଡିଓ ଉତୋଳନ କରୁଥିବା ଦେଖିବାକୁ ମିଳିଥିଲା । କିନ୍ତୁ ବାଘ ସେମାନଙ୍କ ଉପରେ ଆକ୍ରମଣ କରୁ ନଥିଲା ।
କଲରାପତରିଆ ବାଘର ଚିତ୍ର ମୋବାଇଲ କ୍ୟାମେରାରେ କଏଦ ହୋଇଛି । ଏମିତି କି ୨୦-୩୦ ମିଟର ଦୂରରୁ ଯୁବକ ମାନେ ଫଟୋ ଉଠାଉ ଥିଲେ ବି ବାଘ ଜଙ୍ଗଲକୁ ଯାଉ ନଥିବା ଲୋକେ କହିଛନ୍ତି ।












Click it and Unblock the Notifications