ଆଜି ଠାରୁ କଳାହାଟ ଦ୍ୱାର ରୂପା ଛାଉଣୀ କାର୍ଯ୍ୟ ଆରମ୍ଭ
ଆଉ କିଛି ଦିନ ପରେ ଶ୍ରୀକ୍ଷେତ୍ରରେ ହେବ ଘୋଷଯାତ୍ରା । ଏନେଇ ଚାଲିଛି ପ୍ରସ୍ତୁତି ପର୍ବ । ଆଜି ଶ୍ରୀମନ୍ଦିର କଳାହାଟ ଦ୍ୱାର ରୂପା ଛାଉଣୀ ପାଇଁ କାମ ଆରମ୍ଭ ହୋଇଛି । ଗତ ରଥଯାତ୍ରାରେ ଶ୍ରୀମନ୍ଦିରର ଆଠଟି ଦ୍ୱାର ରୂପା ଛାଉଣି ହୋଇଥିଲା ।
ପୁରୀ: ଆଉ କିଛି ଦିନ ପରେ ଶ୍ରୀକ୍ଷେତ୍ରରେ ହେବ ଘୋଷଯାତ୍ରା । ଏନେଇ ଚାଲିଛି ପ୍ରସ୍ତୁତି ପର୍ବ । ଆଜି ଶ୍ରୀମନ୍ଦିର କଳାହାଟ ଦ୍ୱାର ରୂପା ଛାଉଣୀ ପାଇଁ କାମ ଆରମ୍ଭ ହୋଇଛି । ଗତ ରଥଯାତ୍ରାରେ ଶ୍ରୀମନ୍ଦିରର ଆଠଟି ଦ୍ୱାର ରୂପା ଛାଉଣି ହୋଇଥିଲା । ଚଳିତ ବର୍ଷ ରଥଯାତ୍ରାରେ କଳାହାଟ ଦ୍ୱାର ରୂପା ଛାଉଣୀ ହେବ ।

ଗତବର୍ଷ ନଭେମ୍ବର ୨୬ ରେ କଳାହାଟ ଦ୍ୱାର ରୂପାଛାଉଣି ପାଇଁ ମହଜୁଦ ଥିବା ସମସ୍ତ ୫ଶହ କେଜି ରୂପାକୁ ଆଜି ନୀଳାଦ୍ରି ଭକ୍ତନିବାସକୁ ସ୍ଥାନାନ୍ତର କରାଯାଉଛି । କଡା ସୁରକ୍ଷା ମଧ୍ୟରେ ଏହି ରୂପାକୁ ନିଆଯାଉଛି । ଗତବର୍ଷ ନଭେମ୍ବର ୨୬ରେ ଏହି ରୂପା ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଥିଲା ।
ପୂର୍ବରୁ ବେହରଣ ଦ୍ୱାର, ଜୟବିଜୟ, ସାତପାହାଚ, ଭୋଗମଣ୍ଡପ, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ମୋଟ ସାତଟି ଦ୍ୱାର ରୂପାଛାଉଣି ସମ୍ପୂର୍ଣ୍ଣ ସରିଛି । କେବଳ ବାକି ରହିଛି କଳାହାଟ ଦ୍ୱାରର ରୂପାଛାଉଣି କାର୍ଯ୍ୟ ।












Click it and Unblock the Notifications