୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ୍ ନିଗମକୁ ସିଡବ୍ଳ୍ୟୁସିର ଅନୁମତି, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ୍ ନିଗମକୁ ସିଡବ୍ଳ୍ୟୁସିର ଅନୁମତି, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ଭୁବନେଶର: କଳାହାଣ୍ତି ଜିଲ୍ଲାସ୍ଥିତ ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ୍ ନିଗମ ଅନୁମତି ପାଇଛି । ନିଗମ ଇନ୍ଦ୍ରାବତୀ ସମେତ ୩୦୦ ମେଗାୱାଟ୍‌ କ୍ଷମତାସଂପନ୍ନ ଅପର କୋଲାବ ଏବଂ ମାଲକାନଗିରି ଜିଲ୍ଲାର ବାଲିମେଳାଠାରେ ୫୦୦ ମେଗାୱାଟ୍‌ର ଷ୍ଟୋରେଜ ପମ୍ପ ପାଇଁ ପ୍ରସ୍ତାବ ରଖିଥିଲା । କେନ୍ଦ୍ର ଜଳ କମିଶନ (ସିଡବ୍ଳ୍ୟୁସି) ୬୦୦ ମେଗାୱାଟ୍‌ ବିଶିଷ୍ଟ ପମ୍ପ ଷ୍ଟୋରେଜ ପାଇଁ ଆନ୍ତଃରାଜ୍ୟ ଅନୁମୋଦନ ପ୍ରଦାନ କରିଛି । ଏଣିକି ଏହି ପ୍ରକଳ୍ପ ନିମନ୍ତେ ବୈଷୟିକ-ଆର୍ଥିକ ଅନୁମୋଦନ ସକାଶେ ଓ ଏଚ୍‌ପିସି କେନ୍ଦ୍ର ବିଦ୍ୟୁତ୍ ପ୍ରାଧିକରଣ ନିକଟରେ ଆବେଦନ କରିବ । ଏହା ପ୍ରାପ୍ତ ହେଲା ପରେ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ବାଟ ଫିଟିବ ।

Indravati dam
କଳାହାଣ୍ଡିର ଅଗମ୍ୟ ଅଞ୍ଚଳସ୍ଥିତ ଏହି ପମ୍ପ ଷ୍ଟୋରେଜ ପ୍ରକଳ୍ପର କ୍ଷମତା ୬୦୦ ମେଗାୱାଟ୍‌ ରହିଛି । ଏଥିରେ ଲାଗିବାକୁ ଥିବା ୪ଟି ସ୍ୱତନ୍ତ୍ର ଭାବେ ଡିଜାଇନ୍‌ ହୋଇଥିବା ଟର୍‌ବାଇନ୍‌ରୁ ୧୫୦ ମେଗାୱାଟ୍‌ ବିଦ୍ୟୁତ୍ ଉତ୍ପନ୍ନ ହେବ ଏବଂ ଏହା ଓଡ଼ିଶା ଶକ୍ତି ଗ୍ରୀଡ଼୍‌କୁ ବାର୍ଷିକ ୧୦୪୦ ମିଳିୟନ୍‌ ୟୁନିଟ୍‌ ବିଦ୍ୟୁତ୍ ଯୋଗାଇବ । ସବୁଠୁ ଖାସ୍ କଥା ହେଲା ଯେ ଏହି ପ୍ରକଳ୍ପ ପାଇଁ କାହାରିକୁ ବାସଚ୍ୟୁତ ହେବାକୁ ପଡ଼ିବ ନାହିଁ । ଏହାସହ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ ।

କେନ୍ଦ୍ରୀୟ ଜଳ କମିଶନର ଏହି ମଞ୍ଜୁରୀ ପ୍ରଦାନ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିଛି । ଗ୍ଲାସ୍‌ଗୋଠାରେ ଆୟୋଜିତ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କୋପ୍‌-୨୬ ଅନୁସାରେ କାର୍ବନ୍‌ ଡାଇଅକ୍‌ସାଇଡ୍‌ ନିଗର୍ମନ ଓ କାର୍ବନ ହଟାଇବା ସହ ୨୦୪୭ ସୁଦ୍ଧା ସବୁଜ ଶକ୍ତି ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ନିମନ୍ତେ ଓଡ଼ିଶା ରଖିଥିବା ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+