For Quick Alerts
Turn On Notification  
For Daily Alerts
Oneindia App Download

ଆରମ୍ଭ ହେଲା ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଉତ୍ସବମୁଖର କଳାହାଣ୍ତି ଜିଲ୍ଲା

ଆରମ୍ଭ ହେଲା ମା' ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଉତ୍ସବମୁଖର କଳାହାଣ୍ତି ଜିଲ୍ଲା

|

ଭବାନୀପାଟଣା: ଆରମ୍ଭ ହେଲା କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଭବାନୀପାଟଣା ସହର ପଶ୍ଚିମ ଉପକଣ୍ଠରେ ଥିବା ଫାଶୀ ଡଙ୍ଗର ଜେନା ଖାଲରୁ ମନ୍ଦିର ଅଭିମୁଖେ ବାହାରିଲା ମାଁ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତର । ଜେନା ବାଦ୍ୟ ଓ ବିର ବାଦ୍ୟ ଘୁମୁରା ତାଳେ ତାଳେ ମାଙ୍କୁ ପାଛୋଟି ନେଉଛନ୍ତି ଶ୍ରଦ୍ଧାଳୁ । ଛତରକୁ ସ୍ୱାଗତ କରିବା ପାଇଁ ଝୋଟି, ରଙ୍ଗୋଲିରେ ଚିତ୍ରିତ ହୋଇଛି ରାସ୍ତାଘାଟ । ହଟିଛି ୨ ବର୍ଷର କରୋନା କଟକାଣା, ମାଆଙ୍କ ପ୍ରସିଦ୍ଧ ଛତର ଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

 Chhatar Jatra

ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଯାତ୍ରାରେ ମାଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମାନସିକତ ଧାରୀ ନିଜ ନିଜ ମାନସିକ ଅନୁଯାୟୀ ଭବାନୀପାଟଣା ସହରର ବିଭିନ୍ନ ପଡ଼ାରେ ପଶୁ ପକ୍ଷୀ ବଳି ଦେଇଥିଲେ । ରକ୍ତ ରଞ୍ଜିତ ହୋଇ ଉଠିଛି ଜେନା ଖାଲ ଠାରୁ ମନ୍ଦିର ପର୍ଯ୍ୟନ୍ତ ୩ କିଲୋମିଟର ବ୍ୟାପି ରାସ୍ତା । ସେପଟେ ପୋଲିସ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଭକ୍ତଙ୍କ ଭିଡକୁ ନଜରରେ ରଖି ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
kalahandi Famous Chhatar Jatra
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X