ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ତବ: ବଜ୍ରପାତରେ ଗଲା ଜୀବନ
Odisha News: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ତବ । କୁଆପଥର ବର୍ଷା ସହ ପବନରେ ତିନି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ମୟୂରଭଞ୍ଜରେ ୩୫୦ଟି ଘର ଭାଙ୍ଗିଥିବା ନେଇ ସୂଚନା ରହିଛି । ସେହିପରି ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।
ଗତକାଲି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଜିଲ୍ଲାରେ କୁଆ ପଥର ବର୍ଷା ସହ ପବନ ହୋଇଥିଲା । କେଉଁଠି ଗଛ ଉପୁଡି ପଡିଛି ତ କେଉଁଠି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଥିବାର ଦେଖିବା ପାଇଁ ମିଳିଥିଲା । ସେହିପରି ଅନେକ ସ୍ଥାନରେ ଲୋକଙ୍କ ଘର ଭାଙ୍ଗି ଯାଇଥିବା ନେଇ ସୂଚନା ରହିଛି । ତେବେ ୪୭ଟି ଗାଁରେ ୪୭୭୫ ଲୋକ ପ୍ରଭାବିତ ହୋଇଛି । ଆଜି ମଧ୍ୟ ଅନେକ ଜିଲ୍ଲାରେ ତାଣ୍ତବ ରଚିବ କାଳବୈଶାଖୀ ।

କିଛି କିଛି ସ୍ଥାନରେ କୁଆପଥର ବର୍ଷା ସହ ପବନ ବହିବାର ଆଶଙ୍କା ରହିଛି । ବର୍ଷା ସହ ବଜ୍ରପାତ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ସ୍କୁଟି ଚଲାଉଥିବା ସମୟରେ ଫୋନରେ କଥା ହେଥିଲେ , ବଜ୍ରପାତରେ ଚାଲିଗଲା ଜୀବନ ।












Click it and Unblock the Notifications