ଆହୁରି ୭ ଦିନ କାଳବୈଶାଖୀ ତାଣ୍ଡବ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Odisha Weather News: ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ତବ ଜାରି ରହିଛି । ଯେଉଁଥି ପାଇଁ ରାଜ୍ୟରେ ଗରମରୁ ସାମାନ୍ୟ ଆସ୍ୱସ୍ତି ମିଳିବା ସହ ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ହେଉଥିବା ଦେଖିବା ପାଇଁ ମିଳିଛି । ସେହିପରି କିଛି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ, ରାଜ୍ୟର ଆହୁରି ୭ ଦିନ ଯାଏଁ ଏପରି ସ୍ଥିତି ଜାରି ରହିବ । ଆଜି ରାଜ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ବୃଷ୍ଟିପାତ ନେଇ ସୂଚନା ରହିଛି ।

ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ମୟୂରଭଞ୍ଜ ଓ କେନ୍ଦୁଝର ଭଳି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ବର୍ଷାର ପରିମାଣ ବଢିବା ସହ ୧୮ ତାରିଖ ଯାଏଁ ବର୍ଷା ଜାରି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।












Click it and Unblock the Notifications