ଆସୁଛି କାଳବୈଶାଖୀ: ୨୦ରୁ ୨୬ ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା

ଆଗକୁ ଆସୁଛି କାଳବୈଶାଖୀ। ରାଜ୍ୟରେ କମିବ ତାତି । ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍‌ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଭଳିସ୍ଥିତିରେ ରବିବାର ରାତିରେ ନୟାଗଡ଼ ଜିଲା ଦଶପଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ ଅଚାନକ ପବନ ସାଙ୍ଗକୁ ମାଡି ଆସିଥିଲା କଳାହାଣ୍ଡିଆ ମେଘ। ତାପରେ ଛେଚିଲା ବର୍ଷା। ହେଲେ ବର୍ଷା ପୂର୍ବରୁ ହୋଇଥିବା ପ୍ରବଳ ଝଡ ତୋଫାନରେ ଉପୁଡି ପଡିଥିଲା ବଡ ବଡ ଗଛ।

Kalabaisakh

ଝଡ଼ ତୋଫାନ ଯୋଗୁ ଅଞ୍ଚଳରେ ବିଦ୍ୟୁତ ସରବରାହ ପ୍ରାୟ ୧ ଘଣ୍ଟା ଧରି ବନ୍ଦ ରହିଥିଲା। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଉପୁଡି ପଡିଥିବା ଗଛ ଡାଳ କାଟି ରାସ୍ତା ସଫା କରିଥିଲେ। ପରବର୍ତ୍ତୀ ସମୟରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଅନ୍ୟପକ୍ଷେ ଅଧିକ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିପାରି ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+