For Quick Alerts
Turn On Notification  
For Daily Alerts
Oneindia App Download

କେ. ମୁରୁଗେସନ ହେଲେ ରାଜ୍ୟ ପରିବେଶ ନିର୍ଦ୍ଦେଶକ

ଆଇଏଫଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୯୯୪ ବ୍ୟାଚ୍ ଆଇଏଫଏସ୍ ଡଃ କେ. ମୁରୁଗେସନଙ୍କୁ ରାଜ୍ୟ ପରିବେଶ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଏବେ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

|

ଭୁବନେଶ୍ୱର: ଆଇଏଫଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୧୯୯୪ ବ୍ୟାଚ୍ ଆଇଏଫଏସ୍ ଡଃ କେ. ମୁରୁଗେସନଙ୍କୁ ରାଜ୍ୟ ପରିବେଶ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ସେ ଏବେ ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

Odisha Goverment

ସେହିପରି ବରିଷ୍ଠ ଆଇଏଫଏସ ସୁଶାନ୍ତ ନନ୍ଦଙ୍କୁ ପିସିସିଏଫ (ନୋଡାଲ) ଭାବେ ନିଯୁକ୍ତ କରାଯାଇଛି । ଚଳିତ ମାସ ପ୍ରଥମ ସପ୍ତାହରେ ସୁଶାନ୍ତଙ୍କୁ ପିସିସିଏଫ ଭାବେ ପଦୋନ୍ନତି ଦେଇଥିଲେ ରାଜ୍ୟ ସରକାର । ସେ ଅତିରିକ୍ତ ଭାବେ ଚିଲିକା ଉନ୍ନୟନ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆଇଜିଜେଏମପି ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ ।

ସେହିପରି ଖଣି ନିର୍ଦ୍ଦେଶକ ତଥା ୨୦୦୧ ଆଇଏଫଏସ୍ ଜି. ରାଜେଶ ଅତିରିକ୍ତ ଭାବେ ଓଏମବିଏଡିସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ୧୯୮୭ ବ୍ୟାଚ୍ ଆଇଏଫଏସ୍ ଶିଶିର କୁମାର ରଥୋଙ୍କୁ ଗତକାଲି ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ୩ବର୍ଷ ନିମନ୍ତେ ନିଯୁକ୍ତି ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
K. Murugesan Appointed as Odisha Director of Environment
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X