ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଦେଲେ ଇସ୍ତଫା , ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଇନ୍ଚାର୍ଜ ଏଜି
ଭୁବନେଶ୍ୱର: ଭୁବନେଶ୍ୱର: ଜ୍ୟୋତିପ୍ରକାଶ ପଟ୍ଟନାୟକ ହେଲେ ଇନ୍ଚାର୍ଜ ଆଡ୍ଭୋକେଟ୍ ଜେନେରାଲ । ଏଜି ନିଯୁକ୍ତି ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି । ପୂର୍ବତନ ଇନ୍ଚାର୍ଜ ଆଡ୍ଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଇସ୍ତଫା ପରେ ନୂତନ ଇନ୍ଚାର୍ଜ ଆଡ୍ଭୋକେଟ୍ ଜେନେରାଲ ଭାବେ ନିଯୁକ୍ତ ହୋଇଛନ୍ତି ଜ୍ୟୋତିପ୍ରକାଶ ପଟ୍ଟନାୟକ ।
ଆଇନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ଫଳାଫଳ ଆସିବା ପରେ ଆଡଭୋକେଟ୍ ଜେନେରାଲ ଶ୍ରୀ ପରିଜା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସରକାର ତାଙ୍କର ଇସ୍ତଫାକୁ ମଞ୍ଜୁର କରିଛନ୍ତି । ବରିଷ୍ଠ ଓକିଲ ଶ୍ରୀ ପରିଜା ୨୦୧୯ ଜୁନ୍ ୨୬ତାରିଖରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଦାୟିତ୍ୱ ନେଇଥିଲେ ।

ଶ୍ରୀ ପରିଜାଙ୍କ ଇସ୍ତଫା ପରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଦୈନନ୍ଦିନ କାର୍ଯ୍ୟ ପାଇଁ ଇନଚାର୍ଜ ଆଡଭୋକେଟ୍ ଜେନେରାଲ ଦାୟିତ୍ୱ ନ୍ୟସ୍ତ ହୋଇଛି । ସେ ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇବେ ଓ ଗତକାଲି ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।












Click it and Unblock the Notifications