ପଦ୍ମ ଧରିଲେ ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର: ବିଜେପିରେ ମିଶିଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ୱାମୀ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ । ଉଭୟେ କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡିରୁ ଟିକେଟ ନ ମିଳିବା ପରେ ସେ କିଛି ଦିନ ତଳେ ଦଳରୁ ଇସ୍ତଫା ଦେଇଥିଲେ । ୪ ଦିନ ତଳେ ଜ୍ୟୋତି ଏବଂ ତାଙ୍କ ସ୍ୱାମୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ନିଜ ଇସ୍ତଫା ପତ୍ରରେ ଜ୍ୟୋତି ଲେଖିଥିଲେ, ବିଜେଡି ଆଉ ଆଗର ବିଜେଡି ହୋଇ ରହିନାହିଁ ।

ଲୋକଙ୍କ ସେବା ପାଇଁ ଆଗ ପରି ବିଜେଡିର ଏକତା କି ଗଣତାନ୍ତ୍ରିକ ମୂଲ୍ୟବୋଧ ନାହିଁ । ଦଳର ନେତାଙ୍କୁ ଭେଟି ବି ହେଉନାହିଁ । ତେଣୁ ଦଳ ଛାଡିବାକୁ ବାଧ୍ୟ ହେଉଛି । ଏପଟେ ନୂଆପଡ଼ାରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ସମ୍ପାଦକ ସରୋଜ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଡ଼ୁମେରପାଣି ସରପଞ୍ଚ ଟିକେରାମ ସାହୁ । ଏମାନଙ୍କ ସହ ଅନେକ ବିଜେଡି କର୍ମୀ ବି ବିଜେପିରେ ସାମିଲ ହୋଇଛନ୍ତି ।

jyoti panigrahi joins bjp

ଜ୍ୟୋତି ପାଣିଗ୍ରାହୀ ହେଉଛନ୍ତି ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା । ସେ ବିଜୁ ମହିଳା ଜନତା ଦଳର ସିନିୟର ଭାଇସ୍ ପ୍ରେସିଡେଣ୍ଟ ଓ ସୁନ୍ଦରଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଥିଲେ । ଜ୍ୟୋତିଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ଆଜି ବିଜେପିରେ ସାମିଲ ହୋଇଛନ୍ତି । ସେ ମଧ୍ୟ ଜ୍ୟୋତିଙ୍କ ସହ ବିଜେଡି ଛାଡ଼ିଥିଲେ । ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ସାଂସଦ ବସନ୍ତ ପଣ୍ଡାଙ୍କ ସହ ବିଜେପି ଉପସଭାପତି ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+