କେବଳ ପୁରୀ ନୁହେଁ କୋଣାର୍କ ଓ ଚିଲିକା ମଧ୍ୟ ବୁଲିଥିଲେ ଜ୍ୟୋତି ମାଲହୋତ୍ରା

ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଓଡ଼ିଶା ଲିଙ୍କ ଗୁମର ଫିଟୁଛି । କେବଳ ପୁରୀ ନୁହେଁ ଜ୍ୟୋତି ବୁଲିଥିଲେ ବିଶ୍ବ ଐତିହ୍ୟ କୋଣାର୍କ ମନ୍ଦିର ଓ ଚିଲିକା । ଏନେଇ ଜ୍ୟୋତିଙ୍କ ପୁରୀ ସାଥି ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ପଚରାଉଚରା ବେଳେ ସୂଚନା ପାଇଛି ପୁରୀ ପୋଲିସ। ପ୍ରିୟଙ୍କାଙ୍କ ଦ୍ବାରା ସୁଟ କରାଯାଇଥିବା ଭିଡିଓ ଆଧାରକରି ପୁରୀ ପୋଲିସକୁ ସହଯୋଗ କରୁଛି କ୍ରାଇମବ୍ରାଞ୍ଚ୍ ସାଇବର ସେଲ ଟିମ୍।

ଜ୍ୟୋତିଙ୍କୁ କୋଣାର୍କ ଓ ଚିଲିକା ବୁଲାଇଥିଲେ ପ୍ରିୟଙ୍କା

ଏନେଇ କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡଙ୍ଗୀ କହିଛନ୍ତି, "ଏହି ଘଟଣାରେ ହରିୟାଣା ପୋଲିସ ଦ୍ବାରା ସେଠାରେ କେସ ହୋଇଛି। ତେଣୁ ତାଙ୍କ ସହ ବୁଲାବୁଲି କରିଥିବା ପୁରୀର ଝିଅଙ୍କୁ ତଦନ୍ତ କରୁଛି ପୁରୀ ପୋଲିସ।ଏନେଇ କ୍ରାଇମବ୍ରାଞ୍ଚ ସାଇବର‌ସେଲ ଟିମ୍ ଦୁଇ ଏସପିଙ୍କ ସହ ଯୋଗାଯୋଗରେ ରହି ଏହି କେସକୁ ମନିଟରିଂ କରାଯାଇଛି। ଏନେଇ ପ୍ରିୟଙ୍କାଙ୍କୁ ପଚରାଉଚରା ବେଳେ ସେ ଜ୍ୟୋତି ମାଲହୋତ୍ରା ଓଡ଼ିଶା ଆସିବା ସମୟରେ ତାଙ୍କୁ ନେଇ ପୁରୀ ସହ ଚିଲିକା ଓ କୋଣାର୍କ ଯାଇ ବୁଲିଥିବା ସେ ପୋଲିସ ଆଗରେ ମାନିଛନ୍ତି ।

ସେମାନଙ୍କ ଦ୍ବାରା ସୁଟ କରାଯାଇଥିବା ଭିଡିଓ ଫୁଟେଜକୁ ଆଧାରକରି ତଦନ୍ତ କରାଯାଉଛି। ଏପରିକି ଉଭୟ ମିଶି ରାଜ୍ୟ ବାହାର ପହଲଗାମ ଓ କେରଳା ମଧ୍ୟ ଯାଇଥିବା ଜଣାପଡିଛି। ଜ୍ୟୋଜି ଓ ପ୍ରିୟଙ୍କାଙ୍କ ସହ କିପରି ସମ୍ପର୍କ ଥିଲା ଓ ଜ୍ୟୋତି ମାଲହୋତ୍ରା ଠାରୁ ପ୍ରିୟଙ୍କା କିଛି ମନିଟାରି ବେନଫିଟ ପାଇଛନ୍ତି କି ନାହିଁ ? ସେନେଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ନେଇ ମଧ୍ୟ ତର୍ଜମା ଚାଲିଛି। ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କେମିତି ଟିକେଟ ପରଚେଜ କରୁଥିଲେ ? ସେମାନଙ୍କ ଆଉ କାହା ସହ ଯୋଗାଯୋଗ ବା ଲିଙ୍କ ଥିଲେ କି ନାହିଁ ? ପୁରୀ ପୋଲିସ ସେନେଇ ମଧ୍ୟ ତଦନ୍ତ କରୁଛି । କ୍ରାଇମବ୍ରାଞ୍ଚର ସାଇବର ସେଲ ଟିମ୍ ମଧ୍ୟ ପୁରୀ ପୋଲିସକୁ ତଦନ୍ତରେ ସହଯୋଗ ସହ ମନିଟର ମଧ୍ୟ କରୁଛନ୍ତି । "

ଜ୍ୟୋତି ବୁଲିଥିବା ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରାଯିବ

ତେବେ ପୋଲିସ ରାଡ୍ଡାରରେ ଥିବା ପ୍ରିୟଙ୍କା ସେନାପତି ପୁରୀ ନ ଛାଡ଼ିବାକୁ କୁହାଯାଇଥିବା ବେଳେ ଏବେ ଯଦି ବାହାରକୁ ଯିବାକୁ ଚେଷ୍ଟା କରନ୍ତି ତେବେ ପୋଲିସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି । ପ୍ରିୟଙ୍କା ପୋଲିସ ଦେଇଥିବା ପ୍ରତ୍ୟେକ ତଥ୍ୟ ସତ କି ମିଛ ସେନେଇ ଯେଉଁ ସବୁ ସ୍ଥାନକୁ ସେମାନେ ବୁଲିବାକୁ ଯାଇଥିଲେ ସେଠାରେ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଉଚରା ସହ ସେଠାକାର ବ୍ୟାକପଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଂଚ କରାଯିବ । ସେମାନେ କିଛି ସେନସିଟିଭ ଅଞ୍ଚଳ ବୁଲିବା ବା ସେଭଳି କିଛି ତଥ୍ୟ ସଂଗ୍ରହ କରିବା ବା ସେଭଳି କିଛି ଫୁଟେଜ ଯା‌ହା ଅନୁମତି ନାହିଁ ସେସବୁ ନେଇଛନ୍ତି କି ନାହିଁ ସେନେଇ ତର୍ଜମା କରାଯାଉଛି। ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମନିଟରିଂ କରାଯାଉଛି । ଯେଉଁ ସବୁ ୟୁଟ୍ୟୁବ ଭିଡିଓ ଅପଲୋଡ କରିଥିଲେ ସେସବୁ କୁ ମଧ୍ୟ ମନିଟରିଂ କରାଯାଉଛି । ତା ସହିତ ସେମାନଙ୍କ ଭିଡିଓରେ ଥିବା କମେଣ୍ଟ ଓ ସୋସିଆଲ ମିଡିଆ ଆକାଉଣ୍ଟର ଥିବା ଫ୍ରେଣ୍ଡ୍ ଲିଷ୍ଟ ମଧ୍ୟ ଯାଞ୍ଚ କରାଯାଉଛି ।

ଯେଉଁଠି ସେମାନେ ରହିଥିଲେ ଓ ଯେଉଁ ଗାଡିରେ ଯାଇଥିଲେ , ସେସବୁ ଗାଡ଼ିର ତଥ୍ୟ ବା ଟାକ୍ସି ର ତଥ୍ୟ ସହ ଯେଉଁ ହୋଟେଲ ରେ ବା ଯେଉଁଠି ରେସ୍ତୋରାଁରେ ଖାଇଥିଲେ ସେମାନଙ୍କୁ ମଧ୍ୟ ପୋଲିସ ଯାଇ ଖୁବଶୀଘ୍ର ଯୋଗାଯୋଗ କରି ପଚରାଉଚରା କରିବ। ଏନେଇ ଇଣ୍ଟେଲିଜେନ୍ସ ଟିମ୍ ମଧ୍ୟ ସେମାନଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଏଥି ସହ ପ୍ରିୟଙ୍କାଙ୍କ ପରିବାର ଆଉ କାହା ନାଁରେ କେତୋଟି ଆକାଉଣ୍ଟ ଅଛି ସେସବୁ ମଧ୍ୟ ପୋଲିସ ରାଡ୍ଡାରରେ ରହିଛି। ସେସବୁ ବ୍ୟାଙ୍କ ଆକାଉଣ୍ଟରେ ସେଭଳି କିଛି ମନିଟାରି ଟ୍ରାନାଜାକ୍ସନ ହୋଇଛି କି ନାହିଁ ସେନେଇ ମଧ୍ୟ ପୁରୀ ପୋଲିସ ଟିମ ମଧ୍ୟ ତଦନ୍ତ ଘେରରେ ରହିଛି।

ଜ୍ୟୋତି ବୁଲିଥିବା ସ୍ଥାନର ଭେରିଫିକେସନ କରିବ ପୋଲିସ

କେବେ କେତେ ତାରିଖରେ କେଉଁଠିକୁ ଯାଇଛନ୍ତି ଜ୍ୟୋତି, ଶ୍ରୀମନ୍ଦିରର କେଉଁ ସବୁ ସ୍ଥାନକୁ ନେଇ ଜ୍ୟୋତିଙ୍କୁ ବୁଲାଇଥିଲେ ପ୍ରିୟଙ୍କା ସେନେଇ ମଧ୍ୟ ଏକ ଟିମ୍ ସ୍ପଟ୍ ଭେରିଫିକେସନ କରିପାରେ ପୋଲିସ। କେଉଁ କେଉଁ ଦ୍ବାରା ପାଖରେ ଯାଇ ସେ ଫଟୋ ନେଇଛନ୍ତି ? ଶ୍ରୀମନ୍ଦିରର‌ କେଉଁ ସବୁ ଫଟୋ ଜ୍ୟୋଜି ମାଲହୋତ୍ରା ପାଖରେ ରହିଛି ?କେଉଁ ସବୁ ପୋଜିସନକୁ ଯାଇ ଫଟୋ ବା ଭିଡିଓ କରିଥିଲେ ? ମନ୍ଦିର ଭିତରକୁ ଯଇଥିଲେ କି ନାହିଁ ? ସନେଇ ମଧ୍ୟ ପୋଲିସ ତର୍ଜମା କରୁଛି। ଯଦି ଯାଇଥିଲେ କିଏ କିଏ ଯାଇଥିଲେ ? ଭିତରେ କେଉଁଠି କେଉଁଠି ବୁଲିଛନ୍ତି ?ଯଦି ଯାଇନଥିଲେ କେଉଁଆଡେ ମନ୍ଦିର ଯାଇଥାଲେ । ସେନେଇ ସମସ୍ତ ତଥ୍ୟ ସଂଗ୍ରହ କରୁଛନ୍ତି ପୁରି ପୋଲିସ।ଏନେଇ ଖୁବଶୀଘ୍ର ସ୍ପଟ୍ ଭେରିଫିକେସନ ହେବ ବୋଲି ପୁରୀ ପୋଲିସର ବରିଷ୍ଠ ଅଧିକାରୀ ସୁଚନା ଦେଇଛନ୍ତି।

POLICE INTERROGATED ODIA YOUTUBER priyanaka senapti
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+