ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିଲେ ଜ୍ୟୋତି ମଲହୋତ୍ରା; ପ୍ରିୟଙ୍କାଙ୍କ ଅନୁରୋଧରେ ଛାଡ଼ିଥିଲା ପୋଲିସ

ସେପ୍ଟେମ୍ବର ୨୦୨୪ରେ ପୁରୀ ଆସିଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା । ଜ୍ୟୋତିଙ୍କୁ ଶ୍ରୀମନ୍ଦିର, ପୁରୀ ବେଳାଭୂମି ଆଦି ବିଭିନ୍ନ ସ୍ଥାନକୁ ବୁଲାଇ ନେଇଥିଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି । ଆଉ ଏହି ସମୟରେ ଏକ ସାଂଘାତିକ ସତ ସାମ୍ନାକୁ ଆସିଛି । ପୁରୀ ଆସିଥିବା ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଅଟକ ଥିଲେ ଜ୍ୟୋତି ମଲହୋତ୍ରା ।

ଆଉ ପ୍ରିୟଙ୍କାଙ୍କ ଅନୁରୋଧରେ ଜ୍ୟୋତିଙ୍କୁ ଛାଡ଼ିଥିଲା ପୁରୀ ପୁଲିସ । ଜ୍ୟୋତି ମଧ୍ୟ ପୁରୀ ଆସି ପ୍ରିୟଙ୍କାଙ୍କ ସହ ଏକାଠି ରହିଥିଲେ । ପୁରୀ ବେଳାଭୂମି ବୁଲିବା ସହ ସେଠାରେ ବି ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି । ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ପୁରୀ ବେଳାଭୂମିରେ ବୁଲିବାର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି ।

ଜ୍ୟୋତି ଯେହେତୁ ପାକିସ୍ତାନ ଆଇଏସ୍‌ଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି, ତେଣୁ ପୁରୀ ଆସିବା ପଛରେ ସେଭଳି କିଛି ମନ୍ଦ ଉଦ୍ଦେଶ୍ୟ ନାହିଁ ତ? ତାହାର ଖୋଳତାଡ଼ ଆରମ୍ଭ ହୋଇଛି । ପୁରୀ ଏସ୍‌ପି କହିଛନ୍ତି, ଏନଆଇଏ ଏଯାଏଁ ପ୍ରିୟଙ୍କାଙ୍କୁ ଜେରା କରିନି । କିନ୍ତୁ ଆଗକୁ ଏନଆଇଏ ସ୍କାନରକୁ ଆସିପାରନ୍ତି ପ୍ରିୟଙ୍କା ।

Jyoti Malhotra
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+