ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର
କଟକ: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର । ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କୁ ନିଯୁକ୍ତି ଦେଲେ
ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ସୁପ୍ରିମକୋର୍ଟ କଲେଜିୟମ୍ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ନାଁ ସୁପାରିସ କରିଥିଲେ ।
୧୦ ଜୁନ୍ ୨୦୨୨ରୁ ଜଷ୍ଟିସ୍ ତାଳପତ୍ର ହାଇକୋର୍ଟରେ ବିଚାରପତି ଥିଲେ । ଅଗଷ୍ଟ ମାସ ୭ ତାରିଖରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍.ମୁରଲୀଧର ଅବସର ନେଉଥିବାରୁ ତାଙ୍କ ସ୍ଥାନରେ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ସମ୍ଭାଳିବେ ।

ସୂଚନାଥାଉ ଯେ, ଜଷ୍ଟିସ ଶୁଭାଶିଷ ତାଳପତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ୍ରେ ସ୍ନାତକ ପାସ୍ କରିଥିଲେ । ସେ ବିଭିନ୍ନ ସମୟରେ ଆସାମ, ନାଗାଲାଣ୍ଡ, ମେଘାଳୟ, ମଣିପୁର, ତ୍ରିପୁରା, ମିଜୋରାମ ଓ ଅରୁଣାଚଳ ପ୍ରଦେଶ ବାର କାଉନସିଲର ସଦସ୍ୟ ଥିଲେ । 2004 ଡିସେମ୍ବର 21 ଠାରୁ ବରିଷ୍ଠ ଆଇନଜୀବୀ ଭାବେ ଦେୱାନୀ ଓ ଫୌଜଦାରୀ ମାମଲା ଗୁଡ଼ିକର ପରିଚାଳଚା କରିଥିଲେ ।
2011 ମସିହା ନଭେମ୍ବର 15 ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ 2022 ଜୁନ୍ 10 ତାରିଖରେ ଦାୟିତ୍ୱ ନେଇଥିଲେ ।
ଆଜି ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ଓଡ଼ିଶା, କେରଳ, ତେଲେଙ୍ଗାନା ଏବଂ ଗୁଜୁରାଟ ହାଇକୋର୍ଟରେ ନୂଆ
ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି । କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି ।
-
Adani Energyର ବଡ଼ ପଦକ୍ଷେପ; ମୁମ୍ବାଇକୁ ମିଳିଲା କ୍ଲିନ୍ ଏନର୍ଜି ବୁଷ୍ଟ, 1000 MW ପାୱାର୍ ଲିଙ୍କ ଚାଲୁ -
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ -
ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବେ ହଜାର ହଜାର ସଂଖ୍ୟାର ଭକ୍ତ -
ବକେୟା ବିଲ୍ ଥିଲେ ବି ବିଦ୍ୟୁତ୍ କାଟ ନୁହେଁ : ଶକ୍ତି ମନ୍ତ୍ରୀଙ୍କ ନିର୍ଦ୍ଦେଶ -
IPL 2026 : ସନ୍ଧ୍ୟାରେ ବେଙ୍ଗାଲୁରୁ-ଲକ୍ଷ୍ନୌ ଟକ୍କର -
Adani Green Energy Limited ESG ରେଟିଂରେ ନମ୍ବର 1—87.3 ସ୍କୋର ସହ ଦେଶରେ ଶୀର୍ଷରେ -
ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ -
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ -
ନୀତିଶ ଯୁଗ’ର ଅନ୍ତ: ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା -
ଭାରତ ମଧ୍ୟସ୍ଥ ହେଲେ ସ୍ବାଗତ କରିବୁ: ଟ୍ରମ୍ପ -
ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ମହାପ୍ରଭୁଙ୍କ ଦର୍ଶନ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା -
ଓଭରଲୋଡ୍ ଗାଡ଼ି ଉପରେ କଡ଼ା ନଜର, ଦେବାକୁ ପଡ଼ିବ ୪ ଗୁଣା ଅଧିକ ଟୋଲ୍ ଟ୍ୟାକ୍ସ





Click it and Unblock the Notifications