ଓଡ଼ିଶା ମାନବାଧିକାର କମିଶନ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ
ଓଡିଶା ମାନବାଧିକାର କମିଶନର ସଦସ୍ୟ ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ । ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ତାଙ୍କ ପଦରୁ ସେ ଇସ୍ତଫା ଦେଇଛନ୍ତି ।

ଭୁବନେଶ୍ୱର: ଓଡିଶା ମାନବାଧିକାର କମିଶନର ସଦସ୍ୟ ପଦରୁ ଇସ୍ତଫା ଦେଲେ ଜଷ୍ଟିସ ରଘୁବୀର ଦାସ । ଅଧ୍ୟକ୍ଷଙ୍କ ନିଯୁକ୍ତି ପ୍ରସଙ୍ଗ ନେଇ ତାଙ୍କ ପଦରୁ ସେ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି ।
ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ବ୍ୟକ୍ତି ହାଇକୋର୍ଟରେ ରଘୁବୀର ଦାସଙ୍କ କନିଷ୍ଠ ପାହ୍ୟାରେ ଥିବାରୁ ସେ ଏହି ପଦବୀରୁ ଇସ୍ତଫା ଦେଇଛନ୍ତି । ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ଜଷ୍ଟିସ ଶତ୍ରୁଘନ ପୂଜାହାରୀ। ତେଣୁ ଆତ୍ମ ସମ୍ମାନ ଦୃଷ୍ଟିରୁ ପଦ ଛାଡ଼ିଥିବା ସେ କହିଛନ୍ତି ।
ଇସ୍ତଫା ସମ୍ପର୍କରେ ରଘୁବୀର ଦାସ କହିଛନ୍ତି, ଓଏଚଆରସିର ନୂଆ ଅଧ୍ୟକ୍ଷ ଭାବେ ଯାହାଙ୍କୁ ନିଯୁକ୍ତି ଦିଆଯାଇଛି, ସେ ଓଡିଶା ହାଇକୋର୍ଟରେ ତାଙ୍କର ଜୁନିଅର ଥିଲେ । ତେଣୁ ନବ ନିଯୁକ୍ତ ଅଧ୍ୟକ୍ଷଙ୍କ ଅଧିନରେ କାର୍ଯ୍ୟ କରିବା ପାଇଁ, ତାଙ୍କୁ ତାଙ୍କ ବିବେକ ବାଧା ଦେଉଛି । ଆତ୍ମସମ୍ମାନ ଦୃଷ୍ଟିରୁ ସେ ଆଉ ଓଏଚଆରସିର ସଦସ୍ୟ ଭାବେ କାର୍ଯ୍ୟ କରିପାରିବେ ନାହିଁ ।












Click it and Unblock the Notifications