୫ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି,ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ୧୪ ଜୁଲାଇ ପାଞ୍ଚଟି ହାଇକୋର୍ଟ ପାଇଁ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି। କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ଗୌହାଟି ଏବଂ ପାଟନା ହାଇକୋର୍ଟରେ ନୂତନ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ମଧ୍ୟପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି (ମଧ୍ୟପ୍ରଦେଶ) ସଞ୍ଜୀବ ସଚଦେବଙ୍କୁ ମଧ୍ୟ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରିଛନ୍ତି।

ଏହା ସହିତ ବିଚାରପତି (ଦିଲ୍ଲୀ) ବିଭୁ ବାଖରୁଙ୍କୁ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି, କାର୍ଯ୍ୟକାରୀ ମୁଖ୍ୟ ବିଚାରପତି (ପାଟନା) ଆଶୁତୋଷ କୁମାରଙ୍କୁ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି, ବିଚାରପତି (ପାଟନା) ବିପୁଲ ମନୁଭାଇ ପାଞ୍ଚୋଲିଙ୍କୁ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି, ବିଚାରପତି (ହିମାଚଳ ପ୍ରଦେଶ) ତରଲୋକ ସିଂହ ଚୌହାନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି।

Orissa

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ନେତୃତ୍ୱରେ କଲେଜିୟମ ବିଭିନ୍ନ ହାଇକୋର୍ଟର ସେହି ବିଚାରପତିମାନଙ୍କୁ ପଦୋନ୍ନତି ଏବଂ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରିବାକୁ ସୁପାରିସ କରିଥିଲା। ଗୌହାଟୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମାନସ ରଞ୍ଜନ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ପାଠକଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ' ୨୬ରେ ସୁପ୍ରିମକୋର୍ଟ କଲେଜିମୟ ସୁପାରିଶ କରିଥିଲେ। ସୋମବାର କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ତରଫରୁ ତାଙ୍କ ବଦଳି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜଷ୍ଟିସ୍‌ ପାଠକ ୧୯୬୫, ଅଗଷ୍ଟ ୨୮ରେ ଗୌହାଟୀ ଠାରେ ଜନ୍ମଗ୍ରହଣ କରିଥିଲେ। ଗୌହାଟୀ ବିଶ୍ବବିଦ୍ୟାଳୟରୁ ଏଲ୍‌.ଏଲ୍‌.ବି. ପାସ୍ କରିବା ପରେ ୧୯୯୦ରେ ସେ ଆଇନଜୀବୀ ଭାବେ ‌କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ସେ ସୁନାମ ଅର୍ଜନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+