ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ହରିଶ ଟଣ୍ଡନ୍‌ ବୁଧବାର ନେବେ ଶପଥ

ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ହରିଶ ଟଣ୍ଡନ୍‌ ବୁଧବାର ଶପଥ ଗ୍ରହଣ କରିବେ। ହାଇକୋର୍ଟ ପରିସରରେ ପୂର୍ବାହ୍ଣ ୧୦ଟାରେ ଆୟୋଜନ ହେବାକୁ ଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ଭମ ପାଟି ଜଷ୍ଟିସ ଟଣ୍ଡନ୍‌ଙ୍କୁ ଶପଥପାଠ କରାଇବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

Justice Harish Tandon

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ହାଇକୋର୍ଟର ବିଚାରପତି, ବିଚାର ବିଭାଗୀୟ ଅଧିକାରୀ ଏବଂ ଆଇନଜୀବୀମାନେ ଯୋଗଦେବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ସୁପ୍ରିମ୍‌କୋର୍ଟ କଲେଜିୟମ କରିଥିବା ଜଷ୍ଟିସ ଟଣ୍ଡନ୍‌ଙ୍କ ନିଯୁକ୍ତି ସୁପାରିସ ଉପରେ ରାଷ୍ଟ୍ରପତି ମୋହର ଲଗାଇଥିଲେ। ଜଷ୍ଟିସ ହରିଶ ଟଣ୍ଡନ୍‌ କଲକାତା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ୨୦୧୦ ଏପ୍ରିଲ ୧୩ରେ କଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+