ରତ୍ନଭଣ୍ଡାର ନେଇ ଜଷ୍ଟିସ ବିଶ୍ବନାଥ ରଥଙ୍କ ବଡ ଘୋଷଣା; ପ୍ରଥମେ ଖାଲି ଆଲମିରା କଢ଼ାଯିବ, ଦରକାର ପଡ଼ିଲେ ମରାମତି

ରତ୍ନଭଣ୍ଡାର ନେଇ ବଡ ଘୋଷଣା । ପ୍ରଥମେ ଖାଲି ଆଲମିରା କଢ଼ାଯିବ । ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ବୈଠକ ପରେ ଜଷ୍ଟିସ ବିଶ୍ବନାଥ ରଥ ଏହି ସୂଚନା ଦେଇଛନ୍ତି । ପ୍ରଥମେ ରତ୍ନଭଣ୍ଡାର ଭିତରେ ଥିବା ଖାଲି ଆଲମିରାକୁ କଢ଼ାଯିବ। ମନ୍ଦିର ପ୍ରଶାସନ ରୁମ୍‌ ନିର୍ଦ୍ଧାରଣ କରିସାରିଛି, ସ୍ଥାନାନ୍ତରିତ ହେବ। ଏହା SOPରେ ନ ଥିଲା, ସରକାରଙ୍କୁ ଜଣାଇଛୁ ବୋଲି ଜଷ୍ଟିସ ରଥ କହିଛନ୍ତି। ଯଦି ଦରକାର ପଡ଼ିବ ଖାଲି ଆଲମିରାଗୁଡ଼ିକର ମରାମତି ହେବ।

Justice biswanath Rath

ଖାଲି ଆଲମିରା ଓ ସିନ୍ଦୁକ ରଖିବାକୁ ସ୍ଥାନ ନିର୍ଦ୍ଧାରଣ କରିବ ମନ୍ଦିର ପରିଚାଳନା କମିଟି । ନୂଆ ଏସଓପି ଅନୁମୋଦନ ପାଇଁ ସରକାରଙ୍କ ନିକଟକୁ ପଠାଯିବ । ଏହାପରେ ରତ୍ନଭଣ୍ଡାର ଭିତରେ କଣ ଗୁପ୍ତ ରତ୍ନ ଅଛି ତାହାର ଯାଞ୍ଚ କରାଯିବ । ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯିବ। ଏଥିପାଇଁ ସରକାରଙ୍କ ଅନୁମୋଦନ ନିଆଯିବ । ରତ୍ନଭଣ୍ଡାର ମରାମତି ପରେ ମଣତ ଗଣତି ହେବ । ନୀତିକାନ୍ତି ଓ ଦର୍ଶନରେ ଯେପରି ବାଧା ନ ଉପୁଜିବ ତାହାକୁ ନଜରରେ ରଖାଯାଇଛି । ଏଥିପାଇଁ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇଛି । ମରାମତି ସମୟରେ ମନ୍ଦିର ଢାଞ୍ଚାକୁ ଯେପରି କୌଣସି କ୍ଷତି ନ ପହଞ୍ଚିବ ତାହାକୁ ଗୁରୁତ୍ୱ ଦେଇଛି କମିଟି । ୧୯୭୮ ମସିହା ରିପୋର୍ଟକୁ ମେଳ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ ।

ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ ପରେ ପ୍ରତିକ୍ରିୟା ରଖିଛନ୍ତି କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ଗଣମାଧ୍ୟମକୁ ସୂଚନା ଦେଇ ବିଶ୍ୱନାଥ ରଥ କହିଛନ୍ତି, ମନ୍ଦିରର ସ୍ଥାୟିତ୍ୱକୁ ଅଧିକ ଧ୍ୟାନ ଦିଆଯାଇଛି । ରତ୍ନ ଖାଲି କରାଯିବା ପରେ ଯେଉଁ ଖାଲି ସିନ୍ଦୁକ ଅଛି ତାହାକୁ ସ୍ଥାନାନ୍ତର କରାଯିବ ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି, ପ୍ରାଥମିକ ଯାଞ୍ଚ ସରିଛି, ଖୁବ ଶୀଘ୍ର ଏଏସଆଇ ମରାମତି ଆରମ୍ଭ କରିବ। ପ୍ରଥମେ ବାହାର ରତ୍ନଭଣ୍ଡାରର କାମ ଆରମ୍ଭ ହେବ। ପରେ ଭିତର ଭଣ୍ଡାର ମରାମତି କାମ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+