ରତ୍ନଭଣ୍ଡାର ଗଣତି ମଣତି ନେଇ ବିଶ୍ୱନାଥ ରଥଙ୍କ ସୂଚନା, କହିଲେ ପ୍ରସ୍ତୁତ ସରିଛି ଏସଓପି

ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତି, ମଣତି ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ବାହାର ଓ ଭିତର ରତ୍ନ ଭଣ୍ଡାରର ଥିବା ଅଳଙ୍କାର ଗୁଡ଼ିକର ଗଣତି,ମଣତି ପାଇଁ ଏସଓପି ଇସ୍ୟୁ ହୋଇସାରିଛି । ଏସଓପିରେ ଥିବା ମାର୍ଗଦର୍ଶିକ ଅନୁସାରେ ଆମେ କାମ କରିବୁ । ସେଥିପାଇଁ ଓଡ଼ିଶାବାସୀ ଧର୍ଯ୍ୟ ଧରନ୍ତୁ । ଆଜି ଏପରି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ।

ସେ ଆହୁରି କହିଛନ୍ତି , ମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି । ଜଷ୍ଟିସ ରଥଙ୍କ କହିବା ଅନୁସାରେ, ମରାମତିରେ ବ୍ରେକର ଲାଗି ପାରିବନି, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ସେହିପରି ଏସଓପି କନଫିଡେନ୍ସିଆଲ ରହିଛି । ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ । ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି କହିଛନ୍ତି ଜଷ୍ଟିସ ରଥ ।

justice biswanath rath

ଏସଓପିରେ କ'ଣ ମାର୍ଗଦର୍ଶିକା ରହିଛି ତା' ପ୍ରଶ୍ନରେ ଜଷ୍ଟିସ ରଥ କହିଛନ୍ତି, ଝଙଚ କନଫିଡେନ୍ସିଆଲ । ଏହା ସର୍ବସମ୍ମୁଖରେ ପ୍ରକାଶ କରାଯାଇ ପାରିବ ନାହିଁ । ଏସଓପିରେ କିଛି ଆବଶ୍ୟକ ରହିଲେ ଆମେ ସରକାରଙ୍କୁ ଅନୁରୋଧ କରିବୁ । ଆଶା ରଖୁଛି ସରକାର ଆମ କଥା ଶୁଣିବେ । ଠାକୁରଙ୍କର ଯେତିକି ସମ୍ପତ୍ତି ଅଛି ତାହା ସୁରକ୍ଷିତ ରହିବା ଦରକାର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+