Vigilance Trap : ଲାଞ୍ଚ ନେଇ ଫସିଲେ କନିଷ୍ଠ ଯନ୍ତ୍ରୀ
ରାସ୍ତା କାମର ବକେୟା ବିଲ୍ ପାଇଁ ରାସ୍ତାଉପରେ ନେଉଥିଲେ ଲାଞ୍ଚ। ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଲାଞ୍ଚ ନେବାବେଳେ ଧରା ପଡ଼ିଛନ୍ତି। ସୂଚନା ଅନୁଯାୟୀ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ଏକ ରାସ୍ତା କାମର ବିଲ ପାଇଁ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ଏ ନେଇ ଭିଜିଲାନ୍ସକୁ ଜଣାଇଥିଲେ ଠିକାଦାର।

ପରେ ବାସୁଦେବପୁର ବ୍ଲକ ଅଧିନ ନିଉ ଇଣ୍ଡିଆ ଛକ ନିକଟରେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦ ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ବର ଓ ଭଦ୍ରକର ଭିଜିଲାନ୍ସ ଟିମ ମିଳିତ ଭାବେ ରାସ୍ତା ଉପରେ ମାଡ଼ି ବସିଥିଲେ। ଅଶୋକଙ୍କୁ ଭଦ୍ରକ ଭିଜିଲାନ୍ସ ଅଫିସକୁ ଅଣାଯାଇଥିବା ବେଳେ ତାଙ୍କ ବାସଭବନ, ଭଡା ଘର୍ ଓ ସରକାରୀ କାର୍ଯ୍ୟଳୟରେ ଏକକାଳୀନ ଚଢ଼ଉ ହେଉଥିବା ନେଇ ସୂଚନା ମିଳିଛି।












Click it and Unblock the Notifications