ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି: ଏକକାଳୀନ ୬ଟି ସ୍ଥାନରେ ଚଢାଉ
ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି: ଏକକାଳୀନ ୬ଟି ସ୍ଥାନରେ ଚଢଉ
ରାଉରକେଲା: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି ନନ୍ଦୀ କିଶୋର ନାଥ । ରାଉରକେଲା RW ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ କିରାଣି ନନ୍ଦୀ ନାଥ । ଅଫିସ ସମେତ ୬ଟି ସ୍ଥାନରେ ଏକକାଳୀନ ରେଡ୍ । ଭୁବନେଶ୍ୱର, ବରଗଡ଼, ରାଉରକେଲା ଏବଂ ସମ୍ବଲପୁରରେ ଚାଲିଛି ରେଡ୍ । ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଇଛି । ଚଢାଉରେ ୩ ଜଣ ଜିଏସପି, ୯ ଜଣ ଇନ୍ସପେକ୍ଟର, ଜଣେ ଏସଆଇ, ୨ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ତେବେ ଭୁବନେଶ୍ୱର ଲକ୍ଷ୍ମୀପୁରସ୍ଥିତ ସାଇକୃପା ଏନକ୍ଲେଭରେ ଥିବା ନନ୍ଦୀ କିଶୋର ନାଥଙ୍କ ଫ୍ଲାଟ୍, ବରଗଡ଼ର ଭିଏସଏସ ନଗରରେ ଥିବା ପୈତୃକ ଘର, ରାଉରକେଲାର ପାନପୋଷଠାରେ ଥିବା ତାଙ୍କର ସରକାରୀ କ୍ୱାର୍ଟର୍, ରାଉରକେଲାର ଆରଡବୁଲୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କର ଚାମ୍ବର, ସମ୍ବଲପୁରର ଅଇଁଠାପାଲ୍ଲୀରେ ଅବସ୍ଥିତ ଶ୍ରୀ ନାଥଙ୍କ ଘର ଏବଂ ସମ୍ବଲପୁରରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ମିସାଇ ୬ ଟି ସ୍ଥାନରେ ଚଢାଉ କରାଯାଇଛି ।












Click it and Unblock the Notifications