ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
ଭୁବନେଶ୍ବର : ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ। ଲାଞ୍ଚ ନେଉଥିବା ସମୟରେ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ। ସୋମବାର ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସର କନିଷ୍ଠ କିରାଣୀ ଦେବଜାନୀ କର ଲାଞ୍ଚ ନେଉଥିବା ସମୟରେ ମାଡିବସିଛି ଭିଜିଲାନ୍ସ।

ସୂଚନା ଅନୁସାରେ ଜମି କାଗଜପତ୍ର ବାବଦକୁ ଦେବଯାନୀ ଜଣେ ବ୍ୟକ୍ତିଙ୍କୁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଭିଜିଲାନ୍ସରେ ବ୍ୟକ୍ତି ଜଣକ ଅଭିଯୋଗ କରିବା ପରେ ସୋମବାର ଦେବଯାନୀ ଲାଞ୍ଚ ନେବା ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ସମ୍ପୂର୍ଣ୍ଣ ଟଙ୍କାକୁ ଜବତ କରିଛି। ବର୍ତମାନ ଦେବଯାନୀଙ୍କୁ ଅଟକ ରଖି ଭିଜିଲାନ୍ସ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁଇଟି ସ୍ଥାନରେ ଚଢ଼ାଉ କରୁଛି।












Click it and Unblock the Notifications