ସ୍ଥଗିତ ରହିଲା ଜୁନାଗଡ଼ ଏନ୍ଏସି ଅନାସ୍ଥା ଭୋଟ୍, ଏହି କାରଣରୁ ରହିଲା ସ୍ଥଗିତ
କଳାହାଣ୍ଡି ଜିଲା ଜୁନାଗଡ଼ ଏନ୍ଏସିରେ ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି। ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ବାଲଙ୍କ ବିରୋଧରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ୍ ଗ୍ରହଣ କରାଯିବାର ରହିଥିଲା।

ମାତ୍ର ଏଡିଏମ୍ ନ ଆସିବାରୁ ଏହା ସ୍ଥଗିତ ରହିଥିବା ଜଣାପଡ଼ିଛି। ତେବେ ଏହି ଅନାସ୍ଥା ଭୋଟ୍ କେବେ ହେବ ସେନେଇ ଜିଲାପାଳ ତାରିଖ ଘୋଷଣା କରିବେ।
ସୂଚନାଯୋଗ୍ୟ, ଭାଜପା ନଗରପାଳ ମୁକେଶଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଆସିଥିଲା। ଜୁନାଗଡ଼ ଏନ୍ଏସିର ମୋଟ୍ କାଉନ୍ସିଲରଙ୍କ ସଂଖ୍ୟା ୧୨ ଥିବା ବେଳେ ସେମାନଙ୍କ ଭିତରୁ ବିଜେଡିର ୧୦ ଓ ଭାଜପାର ମାତ୍ର ୨ ଜଣ କାଉନସିଲର ଅଛନ୍ତି। ତେଣୁ ନଗରପାଳ ଭାବେ ସିଧାସଳଖ ନିର୍ବାଚିତ ହୋଇଥିବା ମୁକେଶ ପଦ ହରାଇବାର ଆଶଙ୍କା ରହିଥିଲା। ଆଜି ଏହାକୁ ସ୍ଥଗିତ ରଖାଯାଇଛି।












Click it and Unblock the Notifications