For Quick Alerts
Turn On Notification  
For Daily Alerts
Oneindia App Download

କୋର୍ଟ ରୁମରେ ଜଜଙ୍କୁ ଦେଖାଇଲେ ଛୁରୀ

କୋର୍ଟ ରୁମରେ ଜଜଙ୍କୁ ଦେଖାଇଲେ ଛୁରୀ

|

ବ୍ରହ୍ମପୁର: କୋର୍ଟ ରୁମ ଭିତରେ ବିଚାରପତିଙ୍କୁ ଦେଖାଇଲେ ଛୁରୀ । ଶୁଣାଣି ଚାଲିଥିବା ବେଳେ ଏଭଳି ଆଶ୍ଚର୍ଯ୍ୟ କଲାପରି ଘଟଣା ଦେଖିବା ପାଇଁ ମିଳିଥିଲା । ଅଭିଯୁକ୍ତଙ୍କୁ କାବୁ କଲେ ଉପସ୍ଥିତ ଥିବା ଓକିଲ । ଆଜି ବ୍ରହ୍ମପୁର ଏସଡିଜେଏମ କୋଟରେ ଘଟିଥିବା ଏପରି ଘଟଣାକୁ ନେଇ ଚାଞ୍ଚଲ୍ୟ ଘେଳିଯାଇଛି । ତେବେ କେଉଁ କରାଣରୁ ଛୁରୀ ଦେଖାଇଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଅଭିଯୁକ୍ତ ଭଗବାନ ସାହୁକୁ ଗିରଫ କରିଛି ପୋଲିସ ।

ବ୍ରହ୍ମପୁର

ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଭଗବାନ ସାହୁ ନାମକ ଜଣେ ବ୍ୟକ୍ତି ହଠାତ୍ ଛୁରୀ ଧରି ବିଚାରପତିଙ୍କ ଉପରକୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା । ଜଜ୍'ଙ୍କ ପାଖର ଉପସ୍ଥିତ ଥିବା ଓକିଲମାନେ ଏବଂ ପିଅନ, ଭଗବାନ ସାହୁଙ୍କୁ ତୁରନ୍ତ କାବୁ କରିନେଇଥିଲେ । ପରେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରାଯିବା ସହ ଛୁରୀ ଜବତ କରିଛି ପୋଲିସ । ତେବେ ଆକ୍ରମଣ କରିଥିବା ବ୍ୟକ୍ତି ପୁରୁଣା ବ୍ରହ୍ମପୁରର ଭଗବାନ ସାହୁ । ତାଙ୍କ ବୟସ ପ୍ରାୟ ୫୨ ବର୍ଷ ହେବ । ତାଙ୍କ ନାମରେ ପୂର୍ବରୁ ୪ଟି ମାମଲା ଥିବା ନେଇ ସୂଚନା ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Judge was threatened with knife inside court room
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X