କୋର୍ଟ ରୁମରେ ଜଜଙ୍କୁ ଦେଖାଇଲେ ଛୁରୀ
କୋର୍ଟ ରୁମରେ ଜଜଙ୍କୁ ଦେଖାଇଲେ ଛୁରୀ
ବ୍ରହ୍ମପୁର: କୋର୍ଟ ରୁମ ଭିତରେ ବିଚାରପତିଙ୍କୁ ଦେଖାଇଲେ ଛୁରୀ । ଶୁଣାଣି ଚାଲିଥିବା ବେଳେ ଏଭଳି ଆଶ୍ଚର୍ଯ୍ୟ କଲାପରି ଘଟଣା ଦେଖିବା ପାଇଁ ମିଳିଥିଲା । ଅଭିଯୁକ୍ତଙ୍କୁ କାବୁ କଲେ ଉପସ୍ଥିତ ଥିବା ଓକିଲ । ଆଜି ବ୍ରହ୍ମପୁର ଏସଡିଜେଏମ କୋଟରେ ଘଟିଥିବା ଏପରି ଘଟଣାକୁ ନେଇ ଚାଞ୍ଚଲ୍ୟ ଘେଳିଯାଇଛି । ତେବେ କେଉଁ କରାଣରୁ ଛୁରୀ ଦେଖାଇଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଅଭିଯୁକ୍ତ ଭଗବାନ ସାହୁକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଭଗବାନ ସାହୁ ନାମକ ଜଣେ ବ୍ୟକ୍ତି ହଠାତ୍ ଛୁରୀ ଧରି ବିଚାରପତିଙ୍କ ଉପରକୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା । ଜଜ୍'ଙ୍କ ପାଖର ଉପସ୍ଥିତ ଥିବା ଓକିଲମାନେ ଏବଂ ପିଅନ, ଭଗବାନ ସାହୁଙ୍କୁ ତୁରନ୍ତ କାବୁ କରିନେଇଥିଲେ । ପରେ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ କରାଯିବା ସହ ଛୁରୀ ଜବତ କରିଛି ପୋଲିସ । ତେବେ ଆକ୍ରମଣ କରିଥିବା ବ୍ୟକ୍ତି ପୁରୁଣା ବ୍ରହ୍ମପୁରର ଭଗବାନ ସାହୁ । ତାଙ୍କ ବୟସ ପ୍ରାୟ ୫୨ ବର୍ଷ ହେବ । ତାଙ୍କ ନାମରେ ପୂର୍ବରୁ ୪ଟି ମାମଲା ଥିବା ନେଇ ସୂଚନା ରହିଛି ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications