Get Updates
Get notified of breaking news, exclusive insights, and must-see stories!

କେନ୍ଦୁଝରରେ ଇସ୍ପାତ କାରଖାନା କରିବ JSW

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ନିବେଶ ପ୍ରତିଶ୍ରୁତିର ସୁଅ। ପ୍ରଥମ ଦିନର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ ଏମଓୟୁ ସ୍ବାକ୍ଷରିତ ହୋଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମା ଏହି ସୂଚନା ଦେଇଛନ୍ତି। କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ JSW ଗ୍ରୁପ ସହ MOU ହୋଇଛି । କେନ୍ଦୁଝରରେ JSW କରିବ ଇସ୍ପାତ କାରଖାନା। ଏନେଇ ପୋସ୍କୋ ସହ ଆଲୋଚନା ଚାଲିଥିବା ସୂଚନା ଦେଇଛନ୍ତି JSW ମୁଖ୍ୟ ସଜ୍ଜନ ଜିନ୍ଦଲ। କେନ୍ଦୁଝରରେ ୩୦-୪୦ ହଜାର କୋଟିର ନିବେଶ ଲକ୍ଷ୍ୟ ରହିଛି।

ଅନ୍ୟ ପକ୍ଷରେ JSPL ଗ୍ରୁପ୍ ଅନୁଗୁଳ ସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ଘୋଷଣା କରିଛନ୍ତି ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିର୍ଲା ଗ୍ରୁପ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ MOU ସ୍ବାକ୍ଷର କରିଛି । ଏହାଛଡ଼ା ଆଜି ବିଭିନ୍ନ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ପାଇଛନ୍ତି ରାଜ୍ୟ ସରକାର । JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

JSW

ଉତ୍କର୍ଷ ଓଡ଼ିଶା କନକ୍ଲେଭ ସରିବା ବେଳକୁ ମୁଖ୍ୟମନ୍ତ୍ରୀ ଯେଉଁ ପୁଞ୍ଜିନିବେଶ ଲକ୍ଷ୍ୟ ରଖିଛନ୍ତି, ତାହା ପୂରଣ ହୋଇପାରିବ ବୋଲି ଆଶା । । ସେହିପରି ପାରାଦୀପରେ ୧୨ ମିଲିୟନ୍ ଟନ୍ ଷ୍ଟିଲ୍ ପ୍ଲାଣ୍ଟ କାମ ଆରମ୍ଭ ହୋଇଛି। ଝାରସୁଗୁଡ଼ାରେ ପ୍ଲାଣ୍ଟର ସମ୍ପ୍ରସାରଣ କରିବ JSW।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+