ଓଡ଼ିଶାର ଇଭି ପ୍ରକଳ୍ପରୁ ଓହରିବନି JSW

ଭୁବନେଶ୍ୱର:ଓଡ଼ିଶାରୁ ଇଭି ପ୍ରକଳ୍ପରୁ ଓହରିବନି JSW , ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରୁନାହିଁ ବୋଲି ଜେଏସଡବ୍ଲୁ କେମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର କହିଛନ୍ତି। ଓଡିଶାରେ ପ୍ରସ୍ତାବିତ ପ୍ଲାଣ୍ଟକୁ ଜେଏସଡବ୍ଲୁ ମହାରାଷ୍ଟ୍ରକୁ ନେଇଯିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ କମ୍ପାନୀର ପକ୍ଷରୁ ଏହି ପ୍ରତିକ୍ରିୟା ମିଳିଛି। ଗଣମାଧ୍ୟମର ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ କର୍ପୋରେଟ୍ ଷ୍ଟ୍ରାଟେଜି କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜନ ନାୟକ କହିଛନ୍ତି ଯେ ଆମେ ଏହି ପ୍ରକଳ୍ପ ଓଡିଶାରୁ ପ୍ରତ୍ୟାହାର କରୁନାହୁଁ। ପ୍ରକାଶଥାଉକି, ଓଡିଶାରେ ଇଭି ପ୍ରକଳ୍ପ ନେଇ ବିଜେଡି ସରକାର ରହିଥିବା ସମୟରେ ୭ ମାସ ପୂର୍ବେ(ଫେବୃଆରୀ ୧୦ ତାରିଖରେ) ଏହି ଚୁକ୍ତି କରିଥିଲା ଜେଏସଡବ୍ଲୁ ।

jsw

୪୦ ହଜାର କୋଟି ନିବେଶରେ ଓଡିଶାରେ ପ୍ଲାଣ୍ଟ କରିବା ନେଇ ଚୁକ୍ତି କରିଥିଲା । କଟକ ଏବଂ ପାରାଦ୍ୱୀପରେ ଏହା ପ୍ରତିଷ୍ଠା ହୋଇଥାନ୍ତା । କିନ୍ତୁ ବର୍ତ୍ତମାନ ଏହା ମହାରାଷ୍ଟ୍ରରେ ହେବା ନେଇ ଜାତୀୟ ଗଣ ମାଧ୍ୟମରେ ଚର୍ଚ୍ଚା ହେଉଥିଲା । କିନ୍ତୁ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ନେଇ ଜେଏସଡବ୍ଲୁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଓଡ଼ିଶାରେ ପ୍ରସ୍ତାବିତ ୪୦,୦୦୦ କୋଟି ଟଙ୍କାର ବୈଦୁତିକ ଯାନ(ଇଭି) ଏବଂ ବ୍ୟାଟେରୀ ପ୍ରକଳ୍ପକୁ ପ୍ରତ୍ୟାହାର କରିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+