JSW ଓ ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ; ମୁଖ୍ୟମନ୍ତ୍ରୀ
କେନ୍ଦୁଝରରେ JSW ଓ ପୋସ୍କୋ ମିଳିତ ଭାବେ ଏକ ଷ୍ଟିଲପ୍ଲାଣ୍ଟ କରିବେ। କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସେ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ' ବେଳେ ଉଭୟ JSW ଓ ପୋସ୍କୋ ସହ ଆଲୋଚନା କରିଥିଲି। ଏହା ଭିତରେ ସେମାନେ ମଧ୍ୟ ପରସ୍ପର ମଧ୍ୟରେ ଏମ୍ଓୟୁ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ସେମାନେ ପ୍ଲାଣ୍ଟ କରିବେ ବୋଲି ମେନ୍ସନ୍ କରିଛନ୍ତି। କେନ୍ଦୁଝରରେ ନିଶ୍ଚିତ ଭାବେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଆଜି ମୁଖ୍ୟମନ୍ତ୍ରୀ ସକାଳ ୯ ଟା ସମୟରେ ନିଜ ଜନ୍ମ ମାଟି ରାଇକଳା କୁ ଯାଇ ପରିବାର ଲୋକ ଓ ମା ଙ୍କ ସହ କିଛି ସମୟ ବିତାଇବା ପରେ କେନ୍ଦୁଝର ସହର କୁ ଫେରୀ ପ୍ରଥମେ ମାଧପୁର କାଳୀ ମନ୍ଦିର , ନେତ୍ରା କାଳୀ ପୂଜା ମଣ୍ଡପ , କାଳୀ ତୀର୍ଥ ପୂଜା ମଣ୍ଡପ ଓ ଶେଷରେ ମାଇନିଂ କାଳୀ ମଣ୍ଡପ କୁ ଯାଇ ମାଁ ଙ୍କୁ ଦର୍ଶନ କରିବା ସହ ତାଙ୍କର ଆଶିଷ ଲାଭ କରିଥିଲେ ।
ସେ କହିଛନ୍ତି, କେନ୍ଦୁଝର ଜିଲ୍ଲା ବହୁତ ଦେଇଛି। କିନ୍ତୁ ପାଇଛି କମ୍। ଓଡ଼ିଶାର ବିକାଶ କେନ୍ଦୁଝରରୁ ଆରମ୍ଭ ହେବ। ଓଡ଼ିଶା ସୁନାର ଓଡ଼ିଶା ହେବ। ସୁନାର କେନ୍ଦୁଝର ହେଲା ପରେ ଯାଇ ଓଡ଼ିଶା ସୁନାର ଓଡ଼ିଶା ହେବ। ମା' କାଳୀଙ୍କ ନିକଟରେ ଏନେଇ ଆଜି ପ୍ରାର୍ଥନା କରିଛି। କେନ୍ଦୁଝର ଲୋକଙ୍କ ସୁଖସମୃଦ୍ଧି ବୃଦ୍ଧି କରିବା ସହିତ ସେମାନେ କିଭଳି ସ୍ୱାବଲମ୍ବୀ ହେବେ, ସେମାନେ କିଭଳି ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ, ସେଥିପାଇଁ ମୁଁ ଆଜି ମା'ଙ୍କ ନିକଟରେ ପ୍ରାର୍ଥନା କରିଛି।












Click it and Unblock the Notifications