ଭିଜିଳାନ୍ସ ଜାଲରେ କନିଷ୍ଠ ରାଜସ୍ୱ ସହାୟକ, ୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ପଡ଼ିଲେ ଧରା
ବୌଦ୍ଧ : ୨୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକ , ଜିଲା ସଂଗ୍ରହାଳୟରେ ଏକ ଆକ୍ୱାରିୟମ୍ ପ୍ରୋଜେକ୍ଟର ବକେୟା ବିଲ୍ ପାସ କରାଇ ଦେବା ପାଇଁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜଳରେ ପଡିଛନ୍ତି ସହାୟକ ରାଜସ୍ୱ ଅଧିକାରୀ ଚୌଧୁରୀ ପୁପୁନ ଦାଶ ।
୨୦୨୧-୨୨ ରୁ ଏହି କାର୍ଯ୍ୟ ଚାଲିଥିବା ବେଳେ ଏହାର କିଛି ବିଲ୍ ବାକି ରହିଥିଲା, ଯାହାକୁ ପାସ କରାଇ ଦେବା ପାଇଁ ପୁପୁନ ଦାଶ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ଏନେଇ ଠିକା ସଂସ୍ଥା ପକ୍ଷରୁ ଭିଜିଲାନ୍ସରେ ଅଭିଯୋଗ କରାଯାଇଥିଲା। ଆଜି ଅପରାହ୍ନରେ ଠିକା ସଂସ୍ଥାର ଜଣେ କର୍ମଚାରୀ ଯୋଜନା ବଦ୍ଧ ଭାବେ ଶ୍ରୀ ଦାଶଙ୍କୁ ଡିଲ୍ ହୋଇଥିବା ୨୫ ହଜାର ଟଙ୍କା ତାଙ୍କ ସରକାରୀ କ୍ୱାର୍ଟର୍ସରେ ଦେଉଥିଲେ।

ଠିକ୍ ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ରଙ୍ଗେ ହାତ ମାଡି ବସିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ଟିମ୍ ଏବେ JRAଙ୍କ ଅଫିସ୍, ସରକାରୀ କ୍ୱାର୍ଟର୍ସ ଓ ପୌତୃକ ଘରେ ଚଢ଼ଉ ଜାରି ରଖିଛି।












Click it and Unblock the Notifications