ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅପରାହ୍ଣରେ ନଡ୍ଡା ଝାରସୁଗୁଡ଼ାରେ ପହଞ୍ଚିବେ । ଝାରସୁଗୁଡା ବିମାନବନ୍ଦରରୁ ଝାରସୁଗୁଡା ଦଳୀୟ ଜିଲ୍ଲା କାର୍ଯ୍ୟାଳୟକୁ ଯିବେ।

ବରଗଡ଼ ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ଯୋଗ ଦେବେ । ବରଗଡ଼ ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ନଡ୍ଡା ଆଲୋଚନା କରିବେ । ପରେ ବୁର୍ଲା ସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ରାତ୍ରିଯାପନ କରିବେ ।

JP Nadda

ତେବେ ଆସନ୍ତାକାଲି ଭବାନୀପାଟଣାରେ ମହାଜନସମ୍ପର୍କ ଅଭିଯାନରେ ସାମିଲ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କେନ୍ଦ୍ରରେ ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ୫୧ ଟି ମହା ଜନସଂପର୍କ ଅଭିଯାନ ଅନୁଷ୍ଠିତ ହେଉଥିବା ବେଳେ ଓଡ଼ିଶାରେ ୪ଟି ସଭା ଅନୁଷ୍ଠିତ ହେବ। ମୋଦି ସରକାରଙ୍କ ସଫଳତାକୁ ନେଇ ମହା ଜନସଂପର୍କ ଅଭିଯାନରେ ରାଜ୍ୟର କୋଟିଏ ଲୋକଙ୍କୁ ଛୁଇଁବାକୁ ଯୋଜନା କରିଛି ବିଜେପି ।

୨୩ ତାରିଖରେ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରିବେ ଜେ.ପି ନଡ୍ଡା । ହେଲିକପ୍ଟର ଯୋଗେ ସେ ସେଠାକୁ ଯିବେ । ଭବାନୀପାଟଣାରେ ଦିନ ୧୧ଟାରେ ସେ ପହଞ୍ଚି ପ୍ରଥମେ ମା' ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ । ପରେ ଲାଲବାହାଦୂର ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ନଡ୍ଡା ।

ଏହାପରେ ସର୍କିଟ ହାଉସରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀଙ୍କୁ ଭେଟିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଶେଷରେ ଭବାନୀପାଟଣା ଟାଉନ ହଲରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ପରେ ଅପରାହ୍ନରେ ଶ୍ରୀ ନଡ୍ଡା ଝାରସୁଗୁଡା ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଉଲ୍ଲେଖଥାଉ କି, ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଏବେ କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା । ସରକାର ଗଠନ ଲକ୍ଷ୍ୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ସେଥିପାଇଁ ଆସନ୍ତାକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଆସୁଛନ୍ତି ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+