Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରେ ରୋଡ୍ ସୋ' କରିବେ ଜେପି ନଡ୍ଡା

ଭୁବନେଶ୍ୱର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର କରୁଛନ୍ତି ପ୍ରମୁଖ ଦଳର ହେଭିୱେଟ । ସୋରଡାରେ ବିଶାଳ ଜନସଭାରେ ଯୋଗଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଅମିତ ଶାହା । ସୋରଡାରେ ସଭା ଶେଷ ହେବା ପରେ କଟକରେ ପହଞ୍ଚି ରୋଡ ସୋ' କରିବେ ଶାହା । ଗୋପବନ୍ଧୁ ବାଗ, ବକ୍ସି ବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର ହୋଇ ଚାନ୍ଦିନୀ ଚୌକରେ ପହଂଚିବ ରୋଡ୍ ସୋ' ।

ସେଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ସବୁ ପ୍ରସ୍ତୁତି କରାଯାଇଛି । ଆଉ ଗତକାଲି ଭୁବନେଶ୍ୱରରେ ରୋଡ୍ ସୋ' କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତାକାଲି ସକାଳୁ ମାଉସୀ ମାଆ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ଯାଏଁ କରିବେ ରୋଡ୍ ସୋ' । ତେବେ ଖାଲି ସେତିକି ନୁହେଁ, ଆସନ୍ତାକାଲି ମଧ୍ୟ ରାଉରକେଲାରେ ନଡ୍ଡା ନିର୍ବାଚନୀ ସଭା କରିବେ । ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ।

jp nadda

ସୂଚନା ମୁତାବକ, ଆଜିଠୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନଡ୍ଡା । ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ଆସନ୍ତାକାଲି ଭୁବନେଶ୍ୱରରେ ରୋଡ୍ ସୋ' କରିବା ସହ ସେଠାରୁ ପଦ୍ମପୁର ଏବଂ ସୁନ୍ଦରଗଡ ସମାବେଶରେ ଯୋଗଦେବେ । ଅନ୍ୟପଟେ ମେ ୧୭ରେ ଓଡ଼ିଶା ଆସୁଛନ୍ତି ଅଭିନେତ୍ରୀ ହେମା ମାଳିନୀ । ସେ ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ ।

ଉତ୍ତର ଭୁବନେଶ୍ୱର, କଟକ କିଶନନଗରରେ ପ୍ରଚାର କରିବା ସହ ପିପିଲିରେ ରୋଡ ଶୋ କରିବେ ହେମା ମାଳିନୀ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ସୂଚନା ଦେଇଛନ୍ତି । ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ସୋରଡାରେ ସାଧାରଣ ସଭାରେ ଯୋଗ ଦେବା ସହ କଟକରେ ରୋଡ ଶୋ କରିବେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+