JP Nadda : ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଜେପି ନଡ୍ଡା
ଆଜିଠୁ ଦୁଇ ଦିନିଆ ଗସ୍ତରେ ଜେପି ନଡ୍ଡା । ଶୁକ୍ରବାର ଠାରୁ ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଲାଗୁ ହେବ। କଟକର ବାଲିଯାତ୍ରା ପଡ଼ିଆରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଯୋଗଦେଇ ଏହି ଯୋଜନାର ଶୁଭାରମ୍ଭ କରିବେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଉପସ୍ଥିତ ରହିବେ।

ଲି ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଜେପି ନଡ୍ଡା । ପହଞ୍ଚି କଟକର ବାଲିଯାତ୍ରା ପଡ଼ିଆରେ 'ଆୟୁଷ୍ମାନ' ଭାରତ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ୧୨ ତାରିଖରେ ପୁରୀରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ସେଠାରେ ଆୟୋଜିତ ବିଜେପି ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କରିବେ ।
ସୂଚନା ଯୋଗ୍ୟ; 'ଆୟୁଷ୍ମାନ' ଯୋଜନାର ଶୁଭାରମ୍ଭ କରିବେକେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏହି ଯୋଜନାରେ ରାଜ୍ୟର ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏହି ଯୋଜନା ମାଧ୍ୟମରେ ଦେଶର ୨୯ ହଜାରରୁ ଅଧିକ ମେଡ଼ିକାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏହି କାର୍ଡର ହିତାଧିକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ ।

ସେହିପରି କୋଣାର୍କ ବେଳାଭୂମି ରାସ୍ତା ସ୍ବାମୀ ନାରାୟଣ ମନ୍ଦିର ପରିସରରେ ବିଜେପିର ପ୍ରଶିକ୍ଷଣ ଶିବିର ଆସନ୍ତା ୧୧ରୁ ଆରମ୍ଭ ହେବ। ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୨ ତାରିଖ ସକାଳ ୭ ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ । ପ୍ରଶିକ୍ଷଣ ଶିବିରରେ ରାଜ୍ୟର ୨୦ ଲୋକସଭା ସାଂସଦଙ୍କ ସହ ୮୧ ବିଧାୟକ ଓ ୩ ରାଜ୍ୟସଭା ସାଂସଦ ଯୋଗ ଦେବେ । ୧୧ ତାରିଖ ଦିନ ସମସ୍ତ ସାଂସଦ, ବିଧାୟକ ଯୋଗ ଦେବେ ।












Click it and Unblock the Notifications