Get Updates
Get notified of breaking news, exclusive insights, and must-see stories!

JP Nadda Odisha Visit: କାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା

କାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଜେପି ନଡ୍ଡା। ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

କାଲି ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। କଟକରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଯୋଗଦେବେ । ୧୨ ତାରିଖରେ ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରିବେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ୪ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି। ଦିଲ୍ଲୀ ଗସ୍ତର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଓଡ଼ିଶାରେ ଅପରାଧିକ ଆଇନର କାର୍ଯ୍ୟକାରିତାର ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ମଧ୍ୟ ଏହି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି।

JP Nadda Odisha Visit JP Nadda to arrive in Odisha on two-day visit from tomorrow

ମାତ୍ର ଓଡ଼ିଶାର ରାଜନୈତିକ ବିଶେଷଜ୍ଞ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଦ୍ୱିତୀୟ ଶୀର୍ଷ ନେତା ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ରାଜ୍ୟ ସଭାପତି ନିର୍ବାଚନ ପ୍ରସଙ୍ଗରେ ଶ୍ରୀ ଶାହାଙ୍କ ପରାମର୍ଶ ଲୋଡ଼ିଥାଇ ପାରନ୍ତି ବୋଲି କୁହାଯାଉଛି।

ରାଜ୍ୟରେ ବିଜେପି ସରକାର ଗଠନ କରିବା ପରଠାରୁ ୧୦ ମାସ ପୂରିବାକୁ ବସିଲାଣି। ମାତ୍ର ଏଯାବତ୍‌ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ ହୋଇପାରି ନାହିଁ। ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ପଡ଼ିଥିଲେ ହେଁ ଦଳର ଆଭ୍ୟନ୍ତରୀଣ କାରଣରୁ ତାହା ସମ୍ପ୍ରସାରଣ ହୋଇପାରୁ ନାହିଁ। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ଆଶାୟୀ ବରିଷ୍ଠ ନେତାଙ୍କୁ ଧରି ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ଲବି ଚଳାଇବା ଶୀର୍ଷ ନେତୃତ୍ୱଙ୍କୁ ଅଡୁଆରେ ପକାଇଛି। ଅପରପକ୍ଷେ ଶାହା-ମୋହନଙ୍କ ଏହି ଭେଟଘାଟ ପରେ ରାଜ୍ୟ ବିଜେପି ରାଜନୀତିରେ ହଲଚଲ ଦେଖାଦେଇଛି। ହାତୀ କାହା ମୁଣ୍ଡରେ ସୁନାକଳସ ଢାଳିବ ସେ ନେଇ ଆଶାୟୀଙ୍କ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+