Get Updates
Get notified of breaking news, exclusive insights, and must-see stories!

କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ ବେଳେ ଫାଟିଲା ସାମ୍ବାଦିକଙ୍କ ମୁଣ୍ଡ, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଆଜି କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା । ବିଭିନ୍ନ ଜିଲ୍ଲାରୁ ବସ୍‌, କାର, ବୋଲେରୋ ଯୋଗେ ଲୋକଙ୍କୁ ଆଣି ଭୁବନେଶ୍ୱରରେ ଏକାଠି କରିଥିଲା କଂଗ୍ରେସ । ରାମ ମନ୍ଦିର ଛକରୁ ପଦଯାତ୍ରାରେ ଆସି ଲୋୟର ପିଏମ୍‌ଜିରେ କଂଗ୍ରେସ କର୍ମୀମାନେ ଏକାଠି ହୋଇଥିଲେ । ତାପରେ ଆରମ୍ଭ କରିଥିଲେ ଉତ୍ପାତ । ଲୋୟର ପିଏମଜି ପାଲଟିଲା ରଣକ୍ଷେତ୍ର ।

କଂଗ୍ରେସ କର୍ମୀ ବ୍ୟାରିକେଡ୍ ଭାଙ୍ଗିବାରୁ ପୋଲିସ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ପୋଲିସ ଉପରକୁ ଚୌକି ଫିଙ୍ଗିଥିଲେ କଂଗ୍ରେସ କର୍ମୀ । ତେଣୁ କୁହାଯାଉଛି ଆନ୍ଦୋଳନ ବାହାନାରେ ପୋଲିସକୁ ଆକ୍ରମଣ ପ୍ଲାନ କରିଥିଲା କଂଗ୍ରେସ । ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲା କଂଗ୍ରେସ । ପଥର ବାଜି ପୋଲିସ କର୍ମୀଙ୍କ ମୁଣ୍ଡ ଫାଟିଛି, କାନରେ କ୍ଷତ ହୋଇଛି, ମୁହଁରେ ଆଘାତ ଲାଗିଛି । ଏହାସହ ଶରୀର ବିଭିନ୍ନ ସ୍ଥାନରେ ଆଘାତ ମଧ୍ୟ ଲାଗିଥିବା ଅଭିଯୋଗ ହୋଇଛି । ଖାଲି ଟେକା ପଥର ନୁହେଁ, କିଛି କର୍ମୀ ପୋଲିସଙ୍କୁ ଅଣ୍ଡା, ଟମାଟୋ ଓ ବୋତଲ ମାଡ଼ ମଧ୍ୟ କରିଥିଲେ ।

mohan majhi

ତେବେ ଏହି ଧସ୍ତାଧସ୍ତି ଓ ପେଲା ଠେଲା ମଧ୍ୟରେ କିଛି କଂଗ୍ରେସ କର୍ମୀ ମଧ୍ୟ ଆହତ ହୋଇଛନ୍ତି । ପରିସ୍ଥିତି ଅଣାୟତ ହେବାରୁ ପୋଲିସ, କଂଗ୍ରେସ କର୍ମୀଙ୍କ ଉପରକୁ ପାଣି ମାଡ଼ କରିବା ସହ ଲୁହବୁହା ଗ୍ୟାସ୍ ମଧ୍ୟ ପକାଇଥିଲା । ଫଳରେ କଂଗ୍ରେସ କର୍ମୀ କିଛି ମାତ୍ରାରେ ଛତ୍ରଭଙ୍ଗ ଦେଇଥିଲେ । କିଛି କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଲା ।

ଅନ୍ୟପଟେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ଖବର ସଂଗ୍ରହ କରୁଥିବା ଏକ ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକଙ୍କ ଫାଟିଛି ମୁଣ୍ଡ । ଗଣମାଧ୍ୟମ ପ୍ରତିନିଧି ପ୍ରଭାତ ବିଷୋୟୀଙ୍କ ଫାଟିଛି ମୁଣ୍ଡ । ଖବର ସଂଗ୍ରହ କରୁଥିବା ସମୟରେ କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ପ୍ରଭାତ ବିଷୋୟୀଙ୍କର ମୁଣ୍‌ତ ଫାଟିଥିବା ସୂଚନା ମିଳିଛି । ସେପଟେ ଲୋୟର ପିଏମ୍‌ଜିରେ ଟେକା ପଥର ମାଡ଼ ଯୋଗୁଁ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଚେୟାରକୁ ମୁଣ୍ଡରେ ସୁରକ୍ଷା କବଚ ଭାବେ ବ୍ୟବହାର କରିଥିଲେ । ସେପଟେ ଆହତ ହୋଇଥିବା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+